ନୂଆଦିଲ୍ଲୀ: ଶିଖ ପରିବାରର ୪ଜଣଙ୍କୁ ହତ୍ୟା କରାଯିବା ପରେ ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା। ଆମେରିକାର ଇଣ୍ଡିଆନାରେ ଥିବା ଏକ ହଷ୍ଟେଲରେ ଜଣେ ୨୦ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ହତ୍ୟା ଘଟଣା ପରେ ମୃତକଙ୍କ ସହ ରହୁଥିବା ଯୁବକଙ୍କୁ ଅଟକ ରଖିଛି ପୁଲିସ।
ମୃତକଜଣକ ୨୦ବର୍ଷର ବରୁଣ ମନୀଷ ଛେଡା ବୋଲି ଜଣାପଡ଼ିଛି। ସେ ଆମେରିକାର ପୁର୍ଡୁ ବିଶ୍ବବିଦ୍ୟାଳୟରେ ଡାଟା ସାଇନ୍ସ ଅଧ୍ୟୟନ କରୁଥିଲେ। କ୍ୟାମ୍ପସର ପଶ୍ଚିମ ଭାଗରେ ଥିବା ମ୍ୟାକକଚେନ୍ ହଲରେ ତାଙ୍କ ମୃତଦେହ ମିଳିଥିବା ପୁଲିସ କହିଛି।
ପୁଲିସ ଦେଇଥିବା ସୂଚନା ମୁତାବକ, ମନୀଷଙ୍କ ମୃତଦେହ ଦେଖି ପ୍ରଥମେ ତାଙ୍କ ସହ ରହୁଥିବା ଜିମ୍ମି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ତଦନ୍ତ କରି ଜିମ୍ମିଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି ପୁଲିସ। ଜିମ୍ମି କୋରିଆରୁ ଆସି ଆମେରିକାରେ ରହୁଥିଲେ।
ଏହା ପୂର୍ବରୁ ୮ ମାସର ଝିଅ ସମେତ ଆମେରିକାସ୍ଥିତ ଭାରତୀୟ ବଂଶୋଦ୍ଭବ ପରିବାରର ୪ଜଣ ସଦସ୍ୟଙ୍କୁ କାଲିଫର୍ଣ୍ଣିଆର ଗୋଟାଏ ଫଳ ବଗିଚାରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତ ସୋମବାର ଦିନ ଉତ୍ତର କାଲିଫର୍ଣ୍ଣିଆ ଅନ୍ତର୍ଗତ ମର୍ସିଡ୍ କାଉଣ୍ଟିରେ ଥିବା ଟ୍ରକ୍ ପରିବହନ ବ୍ୟବସାୟ ପ୍ରତିଷ୍ଠାନରୁ ୮ ମାସର ଅରୂହି ଧେରି, ତା’ର ୩୬ ବର୍ଷିୟ ବାପା ଯଶଦୀପ ସିଂହ ଓ ୨୭ ବର୍ଷୀୟ ମାଆ ଯଶ୍ଲୀନ୍ କୌର୍ ଓ ଝିଅର ୩୯ ବର୍ଷିୟ ବଡ଼ବାପା ଅମନଦୀପ ସିଂହଙ୍କୁ ଅପହରଣ କରି ନିଆଯାଇଥିଲା ବୋଲି ମର୍ସିଡ୍ କାଉଣ୍ଟି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/ସ-74.jpg)