ମଙ୍ଗଳ ଗ୍ରହରେ ‘ପର୍ସିଭିୟରେନ୍‌ସ୍‌’ ରୋଭର୍‌ ଚଳାଉଛନ୍ତି ଭାରତୀୟ ବଂଶୋଦ୍ଭବା ବନ୍ଦୀ ବର୍ମା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ‘ପର୍ସିଭିୟରେନ୍‌ସ୍‌’ ରୋଭର୍‌ ଚଳାଉଥିବା ଭାରତୀୟ ବଂଶୋଦ୍ଭବା ‘ନାସା’ ଇଞ୍ଜିନିୟର୍‌ ବନ୍ଦୀ ବର୍ମା କହନ୍ତି, ‘ଜେଜ୍‌ରୋ’ ଅତି ଚମତ୍କାର। ମଙ୍ଗଳ ଗ୍ରହରେ ଥିବା ‘ଜେଜ୍‌ରୋ’ ନାମକ ଗୋଟାଏ ଗହ୍ବରରେ ଶୁକ୍ରବାର ଦିନ ‘ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲ୍‌’ ଆକାରର ଏହି ରୋଭର୍‌ଟି ସୁପ୍ରାଚୀନ ଅଣୁଜୀବ ସନ୍ଧାନ ଅଭିଯାନ ଆରମ୍ଭ କରିଛି।

‘ନାସା’ର ‘ଜେଟ୍‌ ପ୍ରପଲ୍‌ସନ୍‌ ଲାବ୍ରଟରି’ରେ (ଜେପିଏଲ୍‌) ରୋବୋଟିକ୍ ଅପରେସନ୍‌ର ମୁଖ୍ୟଯନ୍ତ୍ରୀ ଥିବା ବର୍ମା ଉପରୋକ୍ତ ରୋଭର୍‌କୁ ସେ ଗହ୍ବରର ଭଙ୍ଗୁର ତଥା ଟାଙ୍ଗର ଭୂଇଁରେ ଚଳାଉଛନ୍ତି। ସେ ଗହ୍ବରରେ ଗୋଟାଏ ଆଦିମ ହ୍ରଦ ଥିଲା ବୋଲି ମନେହେଉଛି।

Image Courtesy of India Today

ପଞ୍ଜାବର ହଲ୍‌ୱାର୍‌ରୁ ଆମେରିକା ଯାଇଥିବା ବନ୍ଦୀ ବର୍ମାଙ୍କ ବାପା ଥିଲେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍‌। ‘କେର୍ଣ୍ଣିଜ୍‌ ମେଲୋନ୍‌ ବିଶ୍ବବିଦ୍ୟାଳୟ’ରୁ ରୋବୋଟିକ୍‌ ସାଇନ୍‌ସ୍‌ରେ ପିଏଚ୍.ଡି. ହାସଲ କରିଥିବା ବନ୍ଦୀ ୨୦୦୮ରୁ ସଫଳତାର ସହ ମଙ୍ଗଳ ଗ୍ରହରେ ରୋଭର୍‌ ଚଳାଇ ଆସୁଛନ୍ତି। ଅତୀତରେ ସେ ‘ସ୍ପିରିଟ୍‌’, ‘ଅପର୍ଚ୍ୟୁନିଟି’ ଏବଂ ‘କ୍ୟୁରିଓସିଟି’ ପ୍ରଭୃତି ରୋଭର୍‌ ଚଳାଇଥିଲେ।

ଆଜିକାଲି ବର୍ମ ଅଭିଯାନ ଚଳାଇଥିବା ‘ଜେଜ୍‌ରୋ’ ଗହ୍ବର କୋଟି କୋଟି ବର୍ଷ ପୂର୍ବେ ଥିଲା ଗୋଟାଏ ହ୍ରଦ। ସେତେବେଳ ମଙ୍ଗଳ ଗ୍ରହ ଆଜି ଅପେକ୍ଷା ଆହୁରି ଓଦାଳିଆ ଥିଲା।

ସମ୍ବନ୍ଧିତ ଖବର