ସୁଏଲା ବ୍ରିଟେନର ନୂଆ ଗୃହମନ୍ତ୍ରୀ
ଲଣ୍ଡନ : ଇଂଲଣ୍ଡର ନୂତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ବୁଧବାର ଭାରତୀୟ ବଂଶୋଦ୍ଭବ ବାରିଷ୍ଟର ସୁଏଲା ବ୍ରେଭରମ୍ୟାନଙ୍କୁ ଦେଶର ନୂଆ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ଗୃହମନ୍ତ୍ରୀ ଥିବା ପ୍ରୀତି ପଟେଲ ମଧ୍ୟ ଭାରତୀୟ ବଂଶୋଦ୍ଭବ ଥିଲେ।
India Today୪୨-ବର୍ଷୀୟା ସୁଏଲା ବ୍ରେଭରମ୍ୟାନ ହେଉଛନ୍ତି କଞ୍ଜରଭେଟିଭ୍ ପାର୍ଟିର ଏମ୍ପି ଯିଏ କି ଦକ୍ଷିଣ-ପୂର୍ବ ଇଂଲଣ୍ଡର ଫରେହାମରୁ ନିର୍ବାଚିତ ହୋଇଥିଲେ। ବୋରିସ ଜନସନଙ୍କ ସରକାରରେ ସେ ଆଟର୍ଣ୍ଣି ଜେନେରାଲ ଥିଲେ। ୧୯୮୦ ଏପ୍ରିଲ ୩ରେ ଜନ୍ମିତ ସୁଏଲାଙ୍କ ମାଆ ହେଉଛନ୍ତି ତାମିଲ ହିନ୍ଦୁ ଉମା ଓ ବାପା ହେଉଛନ୍ତି ଗୋଆର କ୍ରିଷ୍ଟି ଫର୍ଣ୍ଣାଣ୍ଡିଜ୍। ତାଙ୍କ ମାଆ ମରିସସରୁ ଇଂଲଣ୍ଡ ଆସିଥିବା ବେଳେ ବାପା ୧୯୬୦ରେ କେନିଆରୁ ଆସିଥିଲେ।
Dainik Saveraପଟେଲ ଆମେରିକା ବିଦେଶ ବିଭାଗର ପ୍ରବକ୍ତା
ନୂଆଦିଲ୍ଲୀ : ଆମେରିକା ବିଦେଶ ବିଭାଗ ତଥା ହ୍ବାଇଟ୍ ହାଉସ୍ ଦୈନିକ ସାମ୍ବାଦିକ ସମ୍ମିଳନୀ କରିବାରେ ପ୍ରଥମ ଭାରତୀୟ-ଆମେରିକୀୟ ହେଉଛନ୍ତି ବେଦାନ୍ତ ପଟେଲ। ସେ ହେଉଛନ୍ତି ଆମେରିକା ବିଦେଶ ବିଭାଗର ପ୍ରମୁଖ ଉପପ୍ରବକ୍ତା। ବିଦେଶ ବିଭାଗ ମୁଖ୍ୟ ପ୍ରବକ୍ତା ନେଡ ପ୍ରାଇସ ଏବେ ଛୁଟିରେ ଥିବାରୁ କାଲିଫର୍ଣ୍ଣିଆର ୩୩-ବର୍ଷୀୟ ପଟେଲ
ମଙ୍ଗଳବାରଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। କଥାବର୍ତ୍ତା ଓ ଯୋଗାଯୋଗରେ ସେ ଅତ୍ୟନ୍ତ ଦକ୍ଷ ବୋଲି ତାଙ୍କର ସହକର୍ମୀମାନେ ପ୍ରକାଶ କରିଛନ୍ତି। ବେଦାନ୍ତ ପଟେଲଙ୍କ ଜନ୍ମ ଗୁଜରାଟରେ। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ, ରିଭରସାଇଡ୍ରୁ ସ୍ନାତକ ପାସ୍ କରିବା ପରେ ସେ ହ୍ବାଇଟ୍ ହାଉସ୍ରେ ଆସିଷ୍ଟାଣ୍ଟ ପ୍ରେସ୍ ସେକ୍ରେଟାରୀ ଏବଂ ରାଷ୍ଟ୍ରପତି ବାଇଡେନଙ୍କ ମୁଖପାତ୍ର ଭାବେ ନିଯୁକ୍ତି ପାଇଥିଲେ।
Amar Ujalaଅରୁଣ ସୁବ୍ରମଣ୍ୟନ ନ୍ୟୁୟର୍କ ଜିଲ୍ଲା ଜଜ୍
ୱାସିଂଟନ୍ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ପାଇଁ ଜିଲ୍ଲା ଜଜ୍ ଭାବେ ଭାରତୀୟ-ଆମେରିକୀୟ ଓକିଲ ଅରୁଣ ସୁବ୍ରମଣ୍ୟନଙ୍କୁ ମନୋନୀତ କରିଛନ୍ତି। ଏହି ପ୍ରକ୍ରିୟା ସିନେଟ୍ର ମଂଜୁରି ପାଇଲେ ସୁବ୍ରମଣ୍ୟନ ହେବେ ପ୍ରଥମ ଭାରତୀୟ-ଆମେରିକୀୟ ବିଚାରପତି ଯିଏକି ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ପାଇଁ ଆମେରିକା ଜିଲ୍ଲା କୋର୍ଟରେ କାର୍ଯ୍ୟ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/indian-Origin.jpg)