ନୂଆଦିଲ୍ଲୀ : ଚଳିତ ମାସ ୨୦ ତାରିଖରୁ କାନାଡ଼ାର ହାଲିଫାକ୍ସରେ ଆରମ୍ଭ ହୋଇଛି ୬୫ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ବରେ ଏଥିରେ ଭାରତୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ଯୋଗଦେଇଛନ୍ତି । ଭାରତୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀରେ ୨୩ଟି ବିଧାନସଭାର ବାଚସ୍ପତି, ଲୋକସଭା ଓ ରାଜ୍ୟସଭାର ୮ ଜଣ ସାଂସଦ, ରାଜ୍ୟ ବିଧାନସଭାଗୁଡ଼ିକରୁ ୧୬ ଜଣ ସଚିବ ଏବଂ ଲୋକସଭାର ମହାସଚିବ ସାମିଲ ହୋଇଛନ୍ତି।
ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏବଂ ଲୋକସଭା ବିଜେଡି ସାଂସଦ ଅନୁଭବ ମହାନ୍ତି ପ୍ରତିନିଧି ମଣ୍ଡଳୀରେ ମଧ୍ୟ ସାମିଲ ହୋଇଛନ୍ତି। ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ସମ୍ମିଳନୀର ବିଭିନ୍ନ କର୍ମଶାଳା ଓ ବିଭିନ୍ନ ଆଲୋଚନାରେ ଭାଗ ନେଇଛନ୍ତି। ଗତକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଷ୍ଟେଲିଆ ସିନେଟ୍ର ପ୍ରେସିଡେଣ୍ଟ ସୁ ଲାୟନ୍ସଙ୍କୁ ସମ୍ମିଳନୀର ଅବସରରେ ସାକ୍ଷାତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/pcommittee.jpg)