ଭାରତୀୟ ଫାର୍ମା ଇଣ୍ଡଷ୍ଟ୍ରି ସମଗ୍ର ବିଶ୍ୱ ପାଇଁ କୋଭିଡ୍ -୧୯ ଟିକା ଉତ୍ପାଦନ କରିବାରେ ସକ୍ଷମ: ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ଭାରତର ଔଷଧ ଶିଳ୍ପ କେବଳ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ କୋଭିଡ -୧୯ ଟିକା ଉତ୍ପାଦନ କରିବାରେ ସକ୍ଷମ । ନିଜ ଦେଶକୁ ବଞ୍ଚାଇବା ସହ ଭାରତ ଅନ୍ୟ ଦେଶକୁ ମଧ୍ୟ କରୋନା ଔଷଧ ଦେଇ ସେମାନଙ୍କୁ ସାହାଯ୍ୟ କରିବ ବୋଲି କହିଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ |

ଆଜି ସନ୍ଧ୍ୟାରେ ଡିସକଭରି ପ୍ଲସରେ ପ୍ରିମିୟର ହେବାକୁ ଥିବା ଏକ ଡକ୍ୟୁମେଣ୍ଟାରୀ – କୋଭିଡ୍ -୧୯: ଇଣ୍ଡିଆଜ ୱାର ଏଗେନଷ୍ଟ ଦ ଭାଇରସରେ  ବିଲ ଗେଟ୍ସ ଏଭଳି ମତ ରଖିଥିବା ଜଣା ପଡିଛି | ସେ କହିଛନ୍ତି ଯେ, ଭାରତ ଏହାର ବୃହତ୍ ଆକାର ଏବଂ ଜନସଂଖ୍ୟା ଯୋଗୁଁ ବଡ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି |

Indian pharma industry capable of producing COVID-19 vaccines for ...
The Statesman

ଭାରତର ଫାର୍ମା ଇଣ୍ଡଷ୍ଟ୍ରିର ଶକ୍ତି ଉପରେ ସୂଚନା ଦେଇ ସେ କହିଛନ୍ତି, “ଭାରତ ପାଖରେ ବଡ ବଡ ଚ୍ୟାଲେଞ୍ଜର ସାମ୍ନା କରିବା କ୍ଷମତା ଅଛି | ବିଗତ ଅତୀତରେ ଭାରତ ଅନେକ ଅସମ୍ଭବ କାମ ସମ୍ଭବ କରି ଦେଖାଇଛି | ଭାରତରେ ଅନ୍ୟ କୌଣସି ଦେଶ ଅପେକ୍ଷା ଅଧିକ ଟିକା ପ୍ରସ୍ତୁତ କରାଯାଇଛି | ସେରମ୍ ଇନଷ୍ଟିଚ୍ୟୁଟ୍ ଠାରୁ ଆରମ୍ଭ କରି ବାୟୋ ଇ, ଭରତ (ବାୟୋଟେକ୍) ଭଳି ସଂସ୍ଥା ଏବେ କରୋନା ଟିକା ବଜାରକୁ ଆଣିବାରେ ଆଉ ମତ କେଇ ପାଦ ପଛରେ ରହିଛନ୍ତି | ମୋର ବିଶ୍ବାସ କିଛି ଦିନ ‌ପରେ ସେମାନେ ଏଥିରେ ଖୁବ ଶୀଘ୍ର ସଫଳ ହେବେ ।

ସମ୍ବନ୍ଧିତ ଖବର