ବିଦେଶର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ୭ ହଜାରରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ବିଦେଶର ବିଭିନ୍ନ ଜେଲରେ ୭ ହଜାରରୁ ଅଧିକ ଭାରତୀୟ ବନ୍ଦୀ ଜୀବନ କାଟୁଛନ୍ତି | ସରକାରଙ୍କ ସୂଚନା ମୁତାବକ ୩୧ ଡିସେମ୍ବର ୨୦୨୦ ସୁଦ୍ଧା ବିଶ୍ୱର ଅଲଗା ଅଲଗା ଦେଶର ଜେଲମାନଙ୍କରେ ୭୧୩୯ ଜଣ ଭାରତୀୟ କଏଦୀ ଭାବେ ଜୀବନ କାଟୁଛନ୍ତି | ସବୁଠାରୁ ଅଧିକ କଏଦୀ ସାଉଦି ଆରବରେ ବନ୍ଦୀ ଜୀବନ କାଟୁଥିବାବେଳେ ଏମାନଙ୍କ ସଂଖ୍ୟା ହେଉଛି ୧୫୯୯ ଜଣ | ଏହି ୧୫୯୯ ଜଣଙ୍କ ମଧ୍ୟରେ ୧୨ ଜଣ ମହିଳା ଥିବାବେଳେ ଯେଉଁମାନଙ୍କ ଉପରେ ମାରପିଟ, ଲାଞ୍ଚ ନେବା ଭଳି ଅଭିଯୋଗ ରହିଛି |

ସେହିପରି ୪୫ ଜଣଙ୍କ ବିରୋଧରେ ହତ୍ୟା, ୪୮ ଜଣଙ୍କ ନାମରେ ଯୌନ ଶୋଷଣ ଭଳି ଅଭିଯୋଗ ଥିବାବେଳେ ଆଉ କିଛିଙ୍କ ନାମରେ ଇମିଗ୍ରେସନ ନିୟମ ଭାଙ୍ଗିବା ସହ ଚୋରାଚାଲାଣ ଭଳି ଅଭିଯୋଗ ରହିଛି | ଏହା ପୂର୍ବରୁ ସରକାର କହିଥିଲେ ଯେ ମେ ୨୦୧୯ ସୁଦ୍ଧା ସାଉଦି ଆରବରେ ୧୮୧୧ ଜଣ ଭାରତୀୟ ବନ୍ଦୀ ଜୀବନ କାଟୁଥିବାବେଳେ ୧୯ ମାସ ଅଧ୍ୟରେ ସାଉଦି ଆରବରେ ଭାରତୀୟ ବନ୍ଦୀଙ୍କ ସଂଖ୍ୟା କମିଛି |

ସାଉଦି ଆରବ ବ୍ୟତୀତ କୁଏତ ଓ ସଂଯୁକ୍ତ ଆରବ ଏମିରେଟରେ ୫୦୦ରୁ ଅଧିକ ଭାରତୀୟ ବନ୍ଦୀ ଭାବେ ଜୀବନ କାଟୁଛନ୍ତି | ଭାରତର ପଡୋଶୀ ଦେଶରେ ଭାରତୀୟ ବନ୍ଦୀ କଥା କହିବାକୁ ଗଲେ ପାକିସ୍ତାନରେ ୬୨ ଜଣ ଭାରତୀୟ କଏଦୀ ଟାଇବାବେଳେ ନେପାଳରେ ୮୮୬ ଜଣ ଭାରତୀୟ କଏଦୀ ଅଛନ୍ତି | ସେହିପରି ଚୀନରେ ୧୪୪ ଜଣ, ଭୁଟାନରେ ୯୪ ଜଣ, ଶ୍ରୀଲଙ୍କାରେ ୮୩ ଜଣ ଭାରତୀୟ କଏଦୀ ଭାବେ ଅଛନ୍ତି |

ସମ୍ବନ୍ଧିତ ଖବର