ଜାଣନ୍ତି କି ! ଟ୍ରେନ୍ ଯାତ୍ରାରେ ବି ମିଳିଥାଏ ଶତ ପ୍ରତିଶତ ରିହାତି

ନୂଆଦିଲ୍ଲୀ: ଆପଣ ବେଳେ ବେଳେ ଟ୍ରେନରେ ଯାତ୍ରା କରିଥାନ୍ତି । ହେଲେ ଆପଣ କ’ଣ ଜାଣନ୍ତି କି କେତେକ କ୍ଷେତ୍ରରେ ଟ୍ରେନ୍ ଯାତ୍ରାରେ ମିଳିଥାଏ ଶତ ପ୍ରତିଶତ ରିହାତି। ପ୍ରଥମେ ଜାଣନ୍ତୁ ଯେ କେଉଁ ଶ୍ରେଣୀର ପିଲାଙ୍କ ପାଇଁ ଟିକେଟର ଆବଶ୍ୟକତା ହୋଇ ନଥାଏ ।

ମନେ ରଖନ୍ତୁ ୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଟିକେଟ ଲାଗୁ ହୋଇ ନଥାଏ । ପାଞ୍ଚରୁ ୧୨ ବର୍ଷ ଯାଏଁ ଶିଶୁଙ୍କ ପାଇଁ ଟିକେଟ ୫୦ ପ୍ରତିଶତ ରିହାତି ଦରରେ କିଣାଯାଇ ପାରିବ । ପିଲା ୧୨ ବର୍ଷରୁ ଅଧିକ ହୋଇଯାଇଥିଲେ, ସଂପୂର୍ଣ୍ଣ ଟ୍ରେନ ଯାତ୍ରୀ ଭଡ଼ା ଦେବାକୁ ପଡ଼ିଥାଏ ।

ଆପଣ ଯଦି ଚାହିଁବେ ଯେ ୫ରୁ ୧୨ ବର୍ଷ ପିଲା ପାଇଁ ମଧ୍ୟ ବର୍ଥ ସଂରକ୍ଷିତ ରହୁ, ତା’ହେଲେ ଏଭଳି କ୍ଷେତ୍ରରେ ପୂରା ଭଡ଼ା ଦେବାକୁ ପଡ଼ିବ । ଅଣସଂରକ୍ଷିତ ବର୍ଥରେ ପିଲାମାନଙ୍କର ଭଡା ୫୦ ପ୍ରତିଶତ ନିଆଯାଇଥାଏ । ଟିକେଟ କିଣିବା ସମୟରେ ଯଦି ୫ରୁ ୧୨ ବର୍ଷର ପିଲାଙ୍କ ପାଇଁ ସ୍ୱତନ୍ତ୍ର ଟିକେଟ ମଗାଯିବ ନାହିଁ ତା’ହେଲେ ଭଡା ୫୦ ପ୍ରତିଶତ ହେବାକୁ ପଡ଼ିଥାଏ ।

photo-navbharattimes

ରେଳବାଇରେ ୧୦୦ ପ୍ରତିଶତ ଟିକେଟ ରିହାତି ମିଳିବାର ସୁଯୋଗ ବି ରହିଛି । ଏଥିରେ ସ୍ୱତନ୍ତ୍ର ବର୍ଗରେ ୧୩ ପ୍ରକାରର ଲୋକ ଆସିଥାନ୍ତି, ଯେଉଁମାନଙ୍କୁ କି ଟ୍ରେନ୍ ଯାତ୍ରାରେ ବି ମିଳିଥାଏ ଶତ ପ୍ରତିଶତ ରିହାତି। ଏଥିରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି ପ୍ରମୁଖ ଶ୍ରେଣୀର ଲୋକଙ୍କୁ ଶତ ପ୍ରତିଶତ ରିହାତିରେ ଟିକେଟ ଦେବାର ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର