ବିଶ୍ୱର ସବୁଠୁ ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ଭାରତୀୟ ରେଇବାଇ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ବିଶ୍ୱର ଏକ  ବୃହତ୍ତମ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ଗ୍ରୁପ ସି ଲେବୁଲ-୧ (ତତ୍କାଳୀନ ଗ୍ରୁପ-ଡି) ଏବଂ ଲେବୁଲ -୨ ଶ୍ରେଣୀରେ ୮୯,୪୦୯ ପଦବୀ ପାଇଁ ହେବ । ଗ୍ରୁପ ସି ଲେବୁଲ-୨ ପଦବୀ ପରି ସହାୟକ ଲୋକୋ ପାଇଲଟ (ଏଏଲପି) ଟେକନିସିଆନ (ଫିଟର, କ୍ରେନ ଡ୍ରାଇଭର, କମାର, ବଢ଼େଇ) ଏବଂ ଗ୍ରୁପ ସି ଲେବୁଲ-୧ (ତତ୍କାଳୀନ ଗ୍ରୁପ-ଡି) ଅଧୀନସ୍ଥ ଟ୍ରାକ ମେଂଟେନର, ପଏଂଟ୍ସମ୍ୟାନ, ହେଲ୍ପର, ଗେଟମ୍ୟାନ, କୁଲି ଆଦି ପଦବୀ ପାଇଁ ଅନଲାଇନ ଆବେଦନ ଆମନ୍ତ୍ରିତ କରାଯାଇଛି । ନିଯୁକ୍ତି ଅଭିଯାନ ସେହି ଆବେଦନକାରୀମାନଙ୍କ ପାଇଁ ଉନ୍ମୁକ୍ତ ଯେଉଁମାନେ କି ଗ୍ରୁପ ସି ଲେବୁଲ-୧ ପଦ ପାଇଁ ଦଶମ ଏବଂ ଆଇଟିଆଇ ପାଶ କରିଥିବେ ଏବଂ ଗ୍ରୁପ ସି ଲେବୁଲ-୨ର ଲୋକୋ ପାଇଲଟ (ଏଏଲପି) ଟେକନିସିଆନ ପଦବୀ ପାଇଁ ଦଶମ ଓ ଆଇଟିଆଇ ଅଥବା ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବେ କିମ୍ବା ଇଞ୍ଜିନିୟରିଂରେ ସ୍ନାତକ ହୋଇଥିବେ ଓ ରେଳ ବିଭାଗରେ ଭର୍ତ୍ତି ହେବାକୁ ଚାହୁଁଥିବେ । ରେଳ ମନ୍ତ୍ରଣାଳୟ ୧୮-୨୮ ବର୍ଷ ଆୟୁବର୍ଗର ଗ୍ରୁପ ସି ଲେବୁଲ -୨ ଶ୍ରେଣୀ ପାଇଁ ଅଧିସୂଚନା ପ୍ରକାଶ କରିଛି, ଯେଉଁମାନେ କି ଦଶମ ଶ୍ରେଣୀ ପାଶ କରିଛନ୍ତି ଏବଂ ସେମାନଙ୍କ ପାଖରେ ଔଦ୍ୟୋଗିକ ପ୍ରଶିକ୍ଷଣ ପ୍ରମାଣ ପତ୍ର (ITI) ରହିଛି ଅଥବା ସେମାନେ ଇଞ୍ଜିନିୟରିଂରେ ଡିପ୍ଲୋମା କିମ୍ବା ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଗ୍ରୁପ ସି ଲେବୁଲ-୧ (ତତ୍କାଳୀନ ଗ୍ରୁପ ଡି) ପଦବୀ ପାଇଁ ଅଧିସୂଚନା ଆଶାୟୀମାନଙ୍କ ପାଇଁ ଜାରି କରାଯାଇଛି ଯେଉଁମାନେ କି ୧୮-୩୧ ବର୍ଷର ଆୟୁବର୍ଗର ହୋଇଥିବେ ଏବଂ ଦଶମ ପାଶ କରିଥିବେ ଓ ସେମାନଙ୍କ ପାଖରେ ଔଦ୍ୟୋଗିକ ପ୍ରଶିକ୍ଷଣ ପ୍ରମାଣପତ୍ର (ITI) ଥିବ । ଏହି ଅଧିସୂଚନା ଆରଆରବିର ୱେବସାଇଟରେ ଉପଲବ୍ଧ କରାଯାଇଛି ।

 

ଗୁରୁତ୍ୱପୂର୍ଣ୍ଣ ତାରିଖ:

 

ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି ଲେବୁଲ-୨ ବିଜ୍ଞପ୍ତି ପ୍ରକାଶ: ଫେବୃଆରୀ ୩

ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ-୨) ଅନଲାଇନ ଆବେଦନ ପତ୍ର ଗ୍ରହଣ ଆରମ୍ଭ: ଫେବୃଆରୀ ୩

ଆବେଦନ ପତ୍ର ଗ୍ରହଣ ଶେଷ: ମାର୍ଚ୍ଚ ୫

କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷଣ: ଏପ୍ରିଲ, ମେ’

ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ ୧) ବିଜ୍ଞପ୍ତି ପ୍ରକାଶ: ଫେବୃଆରୀ ୧୦

ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ-୧) ଅନଲାଇନ ଆବେଦନ ପତ୍ର ଗ୍ରହଣ ଆରମ୍ଭ: ଫେବୃଆରୀ ୧୦

ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ-୧) ଅନଲାଇନ ଆବେଦନ ପତ୍ର ଗ୍ରହଣ ଶେଷ: ମାର୍ଚ୍ଚ ୧୨

କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷଣ: ଏପ୍ରିଲ – ମେ’

ସମ୍ବନ୍ଧିତ ଖବର