ଟ୍ରେନ୍‌ରେ ମିଳିବ ଏୟାର ଲାଇନ୍ସ ପରି ଖାଦ୍ୟ

ନୂଆଦିଲ୍ଲୀ: ବାରମ୍ବାର ଅଭିଯୋଗ ହୋଇ ଆସିଛି ଯେ ରେଳବାଇ ପକ୍ଷରୁ ବିଭିନ୍ନ ଟ୍ରେନ୍‌ରେ ପରଷା ଯାଉଥିବା ଖାଦ୍ୟ ନିମ୍ନମାନର। ଏପରିକି ଅଧିକାଂଶ ଯାତ୍ରୀ ରେଳବାଇ ଖାଦ୍ୟ ଉପଯୁକ୍ତ ମାନର ନୁହେଁ ବୋଲି ଅଭିଯୋଗ କରି ଥାନ୍ତି। ଲୋକଙ୍କ ଏପରି ଅଭିଯୋଗ ପାଇବା ପରେ ଏବେ ରେଳବାଇ ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛି। ବିଭିନ୍ନ ଟ୍ରେନ୍‌ରେ ଉନ୍ନତମାନର ଖାଦ୍ୟ ପରିବେଷଣ ପାଇଁ ରେଳବାଇ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଟ୍ରେନ୍‌୍‍ରେ ଦିଆଯାଉଥିବା ଖାଦ୍ୟର ମେନୁ ବଦଳିବ।
ମିଳିଥିବା ରିପୋର୍ଟ ଅନୁଯାୟୀ, ରେଳବାଇ ତାର ଯାତ୍ରୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏୟାରଲାଇନ୍‌ସଗୁଡ଼ିକ ଦିଆଯାଉଥିବା ଖାଦ୍ୟ ମେନୁକୁ ପ୍ରଚଳନ କରିବାକୁ ଯାଉଛି। ଏୟାରଲାଇନ୍‌ସ ଗୁଡ଼ିକରେ ଯେପରି ଯାତ୍ରୀମାନଙ୍କୁ ଡ୍ରାଏ ଫୁଡ୍‌ ଦିଆଯାଏ, ଠିକ୍‌ ସେହିପରି ଖାଦ୍ୟ ଆଗାମୀ ଦିନରେ ଟ୍ରେନ୍‌୍‍ ଯାତ୍ରୀଙ୍କୁ ମିଳିବାକୁ ଯାଉଛି।
ରେଳବାଇର ଯାତ୍ରୀଙ୍କ ଖାଦ୍ୟ ମେନୁ ସମ୍ପର୍କିତ କମିଟି ଏ ନେଇ ଏକ ପ୍ରସ୍ତାବ ରେଳବାଇ ବୋର୍ଡକୁ ପ୍ରଦାନ କରିଛି। ଖୁବ୍‌ ଶୀଘ୍ର ରେଳବାଇ ବୋର୍ଡ ବୈଠକରେ ଏ ପ୍ରସ୍ତବ ଉପରେ ମୋହ ଲାଗାଇବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ।
ତେବେ, ରେଳବାଇ କେବଳ ମେନୁ ପରିବର୍ତ୍ତନ କରିବାକୁ ଯାଉ ନାହିଁ। ମେନୁ ସହିତ ଏହାର ଦର ମଧ୍ୟ ପୁନଃନିର୍ଦ୍ଧାରଣ କରାଯିବ। ଫଳରେ ଯାତ୍ରୀମାନଙ୍କୁ କିଛି ଅଧିକ ପଇସା ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡ଼ିପାରେ। ଏପରିକି ରେଳବାଇର ଯାତ୍ରୀଙ୍କ ଖାଦ୍ୟ ମେନୁ ସମ୍ପର୍କିତ କମିଟି ମଧ୍ୟ ପ୍ରସ୍ତାବ ଦେଇଛି ଯେ ରେଳବାଇ ଏହାର ଯାତ୍ରୀମାନଙ୍କୁ ରେଡି ଟୁ ଇଟ୍‌ ବର୍ଗର ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦେବା ଉଚିତ।ତେବେ ରେଳବାଇ ଯେଉଁ ଖାଦ୍ୟ ଆଗାମୀ ଦିନରେ ପରଷିିବାକୁ ଯାଉଛି ସେଥିରେ ଗ୍ରେଭି ବା ଝୋଳ ରହିବ ନାହିଁ। ସେହିପରି ଯାତ୍ରୀମାନଙ୍କୁ ନିରାମିଷ ବିରିଆନୀ, ରାଜମା ଚାଉଳ, ଲଡୁ, ପଲାଉ ଆଦି ଖାଦ୍ୟ ପରଷିବା ପାଇଁ କମିଟି ସୁପାରିଶ କରିଛି।

ସମ୍ବନ୍ଧିତ ଖବର