ଭୁବନେଶ୍ବର: ଦଶହରା ଛୁଟି ସରିଥିବା ବେଳେ ଦୀପାବଳି ପାଖେଇ ଆସୁଛି। ଏହା ପରେ ଆସିବ ଛଠ୍। ପାର୍ବଣ ଋତୁ ପାଇଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼, ଦିଲ୍ଲୀ, ହରିୟାଣାକୁ ଦେଶର ଭିନ୍ନଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ଟ୍ରେନ୍ଗୁଡ଼ିକରେ ପ୍ରବଳ ଭିଡ଼ ରହିବାର ଆଶଙ୍କା ରହୁଛି। ତେବେ ଯାତ୍ରୀଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏଥର ସ୍ବତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରିଛି। ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ମାଧ୍ୟମରେ ୧୨,୦୦୦ ଖେପ ପରିବହନ ସେବା ଯୋଗାଇବ।
ଦୀପାବଳି ପାଇଁ ଏବେ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକରେ ଭିଡ଼ ପରିଲକ୍ଷିତ ହେଉଛି। ବିଶେଷ ଭାବରେ ଉତ୍ତରଭାରତ ଅଭିମୁଖେ ଯାଉଥିବା ଟ୍ରେନ୍ଗୁଡ଼ିକରେ ଟ୍ରେନ୍ ଟିକେଟ୍ ମିଳିବା ପୂର୍ବ ଭଳି ସହଜ ହେଉନାହିଁ। ତେଣୁ ରେଳବାଇ ସ୍ବତନ୍ତ୍ର ଟ୍ରେନ୍ ସେବା ଯୋଗାଇ ଯାତ୍ରୀମାନଙ୍କର ଯାତ୍ରାକୁ ଆରାମଦାୟକ କରିବା ପାଇଁ ଉଦ୍ୟମ କରୁଛି। ରେଳବାଇ ଏହାରି ମଧ୍ୟରେ ଅନେକଗୁଡ଼ିଏ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଦେଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ସେବା ଯୋଗାଇବ। ସ୍ବତନ୍ତ୍ର ଟ୍ରେନ୍ଗୁଡ଼ିକ ମଧ୍ୟରୁ କିଛି ଦୈନିକ ଥିବା ବେଳେ ଆଉ କିଛି ସାପ୍ତାହିକ ରହିଛି। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଭିଡ଼ ଥିବା ମାର୍ଗରେ ଯଥା ସମ୍ଭବ ଅଧିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତୁତି କରାଯାଇଛି।
ଗୁଜରାଟର ଭାଲସାଦରସ୍ଥିତ ଆରପିଏଫ ଆଞ୍ଚଳିକ ତାଲିମ କେନ୍ଦ୍ରରେ ଆରପିଏଫ୍ର ପ୍ରତିଷ୍ଠା ଦିବସ ପରେଡରେ ଉଦ୍ବୋଧନ ଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୋମବାର କହିଛନ୍ତି, ପାର୍ବଣ ଋତୁର ଚାହିଦା ପୂରଣ କରିବା ପାଇଁ ଦୀପାବଳି ଏବଂ ଛଠ୍ ପାଇଁ ରେକର୍ଡ ସଂଖ୍ୟକ ୧୨,୦୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ (ସେବା) ଚାଲିବ। ଏହି ସେବା ଦ୍ବାରା ଯାତ୍ରୀଙ୍କ ଯାତ୍ରା ଅଧିକ ସହଜ ହେବ।
ରେଳ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଉତ୍ତର ରେଳପଥ ସର୍ବାଧିକ ୧୯୨୫ ଟ୍ରେନ୍ (ସେବା) ଉପଲବ୍ଧ କରିବ। ସେହିପରି ପୂର୍ବ-କେନ୍ଦ୍ରୀୟ ରେଳପଥ ୧୩୨୪ ଟ୍ରେନ୍ (ସେବା) ପରିଚାଳନା କରିବ। ଏହି ଦୁଇଟି ରେଳବାଇ ଜୋନ୍ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ବିହାରକୁ ଯୋଗାଯୋଗ କରିବ।
Indian Railways
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/14/untitled-42-2025-10-14-21-43-27.jpg)