ନକଲି େଓ୍ଵବ୍‌ସାଇଟ୍‌ ଜରିଆରେ ଅସଲି ତତ୍କାଳ ଟିକିଟ୍‌ ବୁକିଙ୍ଗ୍‌ କରୁଥିବା ମାଷ୍ଟର୍‌ମାଇଣ୍ଡ୍‌ ସଲ୍‌ମାନ୍‌ ଗିରଫ

ନୂଆଦିଲ୍ଲୀ: ଆଇଆର୍‌ସିଟିସି (ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌) େଓ୍ଵବ୍‌ସାଇଟ୍‌ ଜରିଆରେ ତତ୍କାଳ ଟିକିଟ୍‌ ବୁକିଙ୍ଗ୍‌ରେ ସମ୍ପୃକ୍ତ ଥିବା ଗୋଟାଏ ବଡ଼ ରାକେଟ୍‌କୁ ଧରିଛି ଭାରତୀୟ ରେଳବାଇ। ଏହାର ମାଷ୍ଟର୍‌ମାଇଣ୍ଡ୍‌ ସଲ୍‌ମାନ୍‌ଙ୍କୁ କେନ୍ଦ୍ରୀୟ ରେଳବାଇ ଗିରଫ କରିଛି। ଏହି ନେଟ୍‌ଓ୍ଵାର୍କ ପାଇଁ ସେ ୪୫୦୦ ଦଲାଲ ରଖିଛନ୍ତି। ସମ୍ପ୍ରତି ସଲ୍‌ମାନ୍‌ଙ୍କୁ ରେଲ୍‌େଓ୍ଵ ପ୍ରୋଟେକ୍‌ସନ୍‌ ଫୋର୍ସର ହାଜତରେ ରଖାଯାଇଛି।

ସଲ୍‌ମାନ୍‌ଙ୍କ ଗିରଫଦାରି ଫଳରେ ଏ ଭଳି ଟ୍ରେନ୍‌ ଟିକିଟ୍‌ ବୁକିଙ୍ଗ୍‌ କରୁଥିବା ଅନେକ ରାକେଟ୍‌ ଧରା ପଡ଼ିବ ବୋଲି ଆଶା କରାଯାଉଛି। ତାଙ୍କୁ ପଚରା ଉଚୁରା କରିବାରୁ ଯାହା ତଥ୍ୟ ମିଳିଛି ତାହା ଶୁଣି ଅଧିକାରୀମାନେ କାବା ହୋଇ ଯାଇଛନ୍ତି।

ସଲ୍‌ମାନ୍‌ କହିଛି ଯେ ସେ ଗୋଟାଏ ୭୦୦ ଟଙ୍କିଆ ସଫ୍‌ଟ୍‌େଓ୍ଵର୍‌ ବ୍ୟବହାର କରନ୍ତି। ଏହି ସଫ୍‌ଟ୍‌େଓ୍ଵର୍‌ ଆଇଆର୍‌ଟିସି ସର୍ଭରୁ ଠକି ନିମିଷକରେ ଟିକିଟ୍‌ ବୁକିଙ୍ଗ୍‌ କରାଇପାରୁଛି।

ଏ ସଫ୍‌ଟ୍‌େଓ୍ଵର୍‌ କିପରି କାମ କରେ:
ତତ୍କାଳ ଟିକିଟ୍‌ ବୁକିଙ୍ଗ୍‌ ପାଇଁ IRCTC.co.in ଖୋଲିବା ପୂର୍ବରୁ ଏହି ସଫ୍‌ଟ୍‌େଓ୍ଵର୍‌ରେ ଯାତ୍ରୀଙ୍କର ସମସ୍ତ ବିବରଣୀ ଏଣ୍ଟ୍ରି କରାଯାଇଥାଏ। ସକାଳ ୧୦ଟା ବେଳେ ବୁକିଙ୍ଗ୍‌ ଆରମ୍ଭ ହେବା ମାତ୍ରେ ଏହି ସଫ୍‌ଟ୍‌େଓ୍ଵର୍‌ରୁ ଆପଣାଛାଏଁ ଆଇଆର୍‌ସିଟିସି େଓ୍ଵବ୍‌ସାଇଟ୍‌କୁ ଟ୍ରେନ୍‌, ଯାତ୍ରା ତାରିଖ ଏବଂ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ସହ ଡାଟା ଚାଲିଯାଏ।

ଦେଶବ୍ୟାପୀ ବିଭିନ୍ନ ଟିକିଟ୍‌ କାଉଣ୍ଟର୍‌ରେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲୋକେ ଟିକିଟ୍‌ କରାଇବା ପୂର୍ବରୁ ଏହି ସଫ୍‌େଓ୍ଵର୍‌ କିନ୍ତୁ, ଅନେକ ଟିକିଟ୍‌ ବୁକିଙ୍ଗ୍‌ କରାଇ ସାରିଥାଏ।

ଅଧିକାରୀଙ୍କ କହିବା ଅନୁସାରେ, ଆଇଆର୍‌ସିଟିସି େଓ୍ଵବ୍‌ସାଇଟ୍‌ ଭଳି କାମ କରୁଥିବା ଏହି ସଫ୍‌େଓ୍ଵର୍‌ଟିକୁ ସଲ୍‌ମାନ୍‌ ନିଜେ ଡେଭ୍‌ଲପ୍‌ କରିଛନ୍ତି।

ତତ୍‌କାଳ ବୁକିଙ୍ଗ୍‌ ମାଧ୍ୟମରେ ଯେଉଁମାନେ ଅର୍ଥ ଦେଉଥିଲେ ସଲ୍‌ମାନ୍‌ ତାଙ୍କୁ ସଫ୍‌େଓ୍ଵର୍‌ ଯୋଗାଇ ଦେଉଥିଲେ। ଗୋଟିଏ ମାସ ମଧ୍ୟରେ ପ୍ରାୟ ୨୫୦୦ କମ୍ପ୍ୟୁଟର୍‌ରେ ଏହି ସଫ୍‌େଓ୍ଵର୍‌ ଡାଉନ୍‌ଲୋଡ୍‌ ହୋଇଛି। ପ୍ରତି ଡାଉନ୍‌ଲୋଡ୍‌ ପାଇଁ ସେ ନିଅନ୍ତି ୭୦୦ ଟଙ୍କା।

ଅଳ୍ପ କେତେ ମାସ ହେବ ସେ ତତ୍କାଳ ଟିକିଟି ବୁକିଙ୍ଗ୍‌ ପାଇଁ ଏହି ସଫ୍‌ଟ୍‌େଓ୍ଵର୍‌ ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର