ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ରେଳବାଇ । ପ୍ରଥମ ଥର ପାଇଁ ରେଳ ଟ୍ରାକରେ ଲାଗିଲା ସୋଲାର ପ୍ୟାନେଲ୍ । ରେଳଧାରଣାରେ ସୋଲାର ପ୍ୟାନେଲ୍ ଲଗାଇ ରାଳଧାରଣାକୁ ବିଜୁଳିର ଗନ୍ତାଘର କରିଛି ଭାରତୀୟ ରେଳ ବିଭାଗ । ଆଉ ଏହା ହେବା ପରେ ଏବେ ଟ୍ରାକରେ ବିନା ବିଜୁଳି ଖର୍ଚ୍ଚରେ ଧାଇଁବ ଟ୍ରେନ୍ । ଥରେ ଭାବିଲେ ଯେଉଁ ଟ୍ରାକଟି ଟ୍ରେନ୍ ଯିୁବା ପାଇଁ ଉଦିଷ୍ଟ ଯଦି ସେଠାରେ ବିଜୁଳି ଉତ୍ପାଦନ ହୁଏ ତେବେ କେମିତି ଲାଗିବ… କଥାଟା ଶୁଣିବାକୁ ଟିକେ ଆଶ୍ଚର୍ଯ୍ଯ ଲାଗୁଥିଲେ ବି ଏହା ଭାରତରେ ସତ ହେବାକୁ ଯାଉଛି ।
🚆 Indian Railways marks a historic first!
— Ministry of Railways (@RailMinIndia) August 18, 2025
Banaras Locomotive Works, Varanasi commissioned India’s first 70m removable solar panel system (28 panels, 15KWp) between railway tracks—a step towards green and sustainable rail transport. pic.twitter.com/BCm2GTjk7O
ହଁ ଆଜ୍ଞା ! ବନାରସ ରେଳ ଇଞ୍ଜିନ କାରଖାନା ରେଳ ଧାରଣାରେ ସୋଲାର ପ୍ୟାନେଲ୍ ଲଗାଇ ବିଜୁଳି ଉତ୍ପାଦନ କରିବା ଆରମ୍ଭ କରିଛି । ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ ରେଳଧାରଣାରେ ସୋଲାର୍ ପ୍ୟାନେଲ ବିଛା ଯାଇଥିବା ଦେଖିବାକୁ ମିଳିଛି ଆଉ ଟ୍ରାକ୍ ଉପରେ ଟ୍ରେନ୍ ଇଞ୍ଜିନ୍ ଧାଉଁଛି । ତେବେ ଆଗାମୀ ଦିନରେ ପୂରା ଦେଶରେ ଏହାକୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/19/new-project-4-2025-08-19-15-52-33.jpg)