ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ବଢୁଥିବା ବେଳେ ଲୋକେ ସଂକ୍ରମଣରୁ ବଂଚିବା ପାଇଁ ଘରେ ରହିବାକୁ ଉଚିତ ମନେ କରୁଛନ୍ତି | ଏ ନେଇ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା କମ ରହୁଛି | ଯାତ୍ରୀଙ୍କ ସଂଖ୍ୟା କମ ରହୁଥିବାରୁ ଏବେ ଭାରତୀୟ ରେଳ ଏକ ବଡ଼ ନିଷ୍ପତ୍ତି ନେଇଛି | ଆଜିଠାରୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ୩୧ଟି ଟ୍ରେନ ଚଳାଚଳ ରଦ୍ଦ କରିଛି ଭାରତୀୟ ରେଳ |
ପୂର୍ବରୁ କେତେକ ରୁଟରେ ଟ୍ରେନ୍ ଚଳାଚଳ ରଦ୍ଦ ହୋଇଥିବା ବେଳେ ଆଜି ପୂର୍ବତଟ ସୀମାନ୍ତ ରେଳବାଇ ପଶ୍ଚିମବଙ୍ଗ ଏବଂ ବିହାର ମଧ୍ୟରେ ଚାଲୁଥିବା ସ୍ପେଶାଲ ଟ୍ରେନଗୁଡିକୁ ରଦ୍ଦ କରିଛି । ରଦ୍ଦ ହୋଇଥିବା ୩୧ଟି ଟ୍ରେନର ତାଲିକା ଜାରି କରିଛି ଭାରତୀୟ ରେଳବାଇ ।
ଏବେ ସଂକ୍ରମଣ ହାର ଅଧିକ ରହୁଥିବା ବେଳେ ଏହି ନିଷ୍ପତ୍ତି ନେଇଛି ଭାରତୀୟ ରେଳ | ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଣି ଥରେ ସ୍ଥଗିତ କରାଯାଇଥିବା ଟ୍ରେନ ଚଳାଚଳ କରିବ ବୋଲି ଆଶା କରାଯାଉଛି |