ଏକ ‘ଆଇଡିିଆ’ ଯାହା ଦେଇପାରେ ୧୦ ଲକ୍ଷର ପୁରସ୍କାର: ଭାରତୀୟ ରେଳର ନୂତନ ପ୍ରତିଯୋଗିତା

ନୂଆଦିଲ୍ଲୀ : ଭାରତୀୟମାନେ ସାଧାରଣତଃ ସମସ୍ତଙ୍କୁ ମାଗଣା ଜ୍ଞାନ ଦେବାକୁ ଭଲ ପାଆନ୍ତି । ଆଉ କୌଣସି ପ୍ରସଙ୍ଗ ଉପରେ ଯଦି ଆଲୋଚନା ହେଉଛି ତ ସମସ୍ତେ  ମତ ଦେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଏଥିପାଇଁ କୌଣସି ପ୍ରକାରର ପାରିଶ୍ରମିକ ମିଳି ନଥାଏ । କିନ୍ତୁ ବର୍ତ୍ତମାନ ଭାରତୀୟ ରେଳକୁ ମତାମତ ଦେଲେ ଆପଣଙ୍କୁ ମତ ବଦଳରେ ଟଙ୍କା ମିଳିବ । ହଁ, ଆଜ୍ଞା, ଭାରତୀୟ ରେଳ ଏକ ପ୍ରତିଯୋଗିତା ଆରମ୍ଭ କରିଛି। ଏହି ପ୍ରତିଯୋଗିତାରେ ସାଧାରଣ ଜନତାଙ୍କ ଠାରୁ ରେଳସେବାର ଉନ୍ନତି ଦ୍ୱାରା କିପରି ଆୟ ବୃଦ୍ଧି କରିଯାଇ ପାରିବ ସେଥିପାଇଁ ମତ ଆହ୍ଵାନ କରାଯାଇଛି । ଯାହାଙ୍କ ମତ ସବୁଠାରୁ ଉନ୍ନତ ହୋଇଥିବ ତାଙ୍କୁ ବିଜେତା ଘୋଷଣା କରାଯାଇ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆପଣଙ୍କୁ ଅନଲାଇନରେ http://www.innovate.mygov.in ଲିଙ୍କ୍‌ରେ ପଞ୍ଜିକରଣ କରିବା ପାଇଁ ପଡ଼ିବ । ଏଥିପାଇଁ କିଛି ସର୍ତ୍ତ ରହିଛି ଯାହା ଅନୁଯାୟୀ ଆପଣଙ୍କୁ ରେଳ ସେବାର ଉନ୍ନତି ପାଇଁ ନିଜର ମତକୁ ଏକ ପିଡ଼ିଏଫ ଫାଇଲରେ ପ୍ରସ୍ତୁତ କରିବାକୁ ହେବ । ଏଥିରେ ଯେଉଁ ବ୍ୟକ୍ତିଙ୍କର ମତ ଅଧିକ ଆର୍କଷଣୀୟ ଏବଂ ଲାଭଦାୟକ ହୋଇଥିବ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ଶ୍ରେଷ୍ଠ ୪ ଜଣଙ୍କୁ ପ୍ରଦାନ କରାଯିବ । ପ୍ରଥମ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ,ଦ୍ୱିତୀୟ ବିଜେତାଙ୍କୁ ୫ ଲକ୍ଷ ଟଙ୍କା , ତୃତୀୟ ବିଜେତାଙ୍କୁ ୩ ଲକ୍ଷ ଟଙ୍କା ଏବଂ ଚତୁର୍ଥ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ।

The Indian Express

ଏହି ପ୍ରତିଯୋଗିତାର ନାମ “How to Raise Money For Railways To Provide Better Services” ରହିଛି। ଏଥିରେ ରେଳ ସେବାକୁ ଉନ୍ନତ କରିବା ସହ କିପରି ଅଧିକ ଟଙ୍କା ରୋଜଗାର କରାଯାଇ ପାରିବ ସେ ନେଇ ସାଧାରଣ ଜନତାଙ୍କର ମତ ସଂଗ୍ରହ କରାଯାଉଛି। ଏହି ପ୍ରତିଯୋଗିତା ପାଇଁ  ୧୯ ମଇ ୨୦୧୮ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏବଂ ନିଜର ମତ ଦାନ କରିବା ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ଯାହାକୁ ଅନୁସରଣ କରି ଆପଣଙ୍କୁ ମତ ଦାନ କରିବା ପାଇଁ ପଡ଼ିବ ।

 

ସମ୍ବନ୍ଧିତ ଖବର