ନୂଆଦିଲ୍ଲୀ : ଭାରତୀୟ ରେଳବାଇ କୋଭିଡ୍ ଯୋଗୁଁ ପ୍ରାୟ ୩ ହଜାର କର୍ମଚାରୀଙ୍କୁ ହରାଇଛି। କୋଭିଡ୍ରେ ୨,୯୦୩ ରେଳବାଇ କର୍ମଚାରୀ ପ୍ରାଣ ହାରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଂସଦରେ ସୂଚନା ଦେଇ କହିଛନ୍ତି। ତେବେ କରୋନାରେ ପ୍ରାଣ ହାରିଥିବା ରେଳବାଇ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ରେଳବାଇ ନିଯୁକ୍ତି ଦେବାପାଇଁ ନିଷ୍ପତ୍ତି ହୋଇଛି। ୧୭୩୨ ମାମଲାରେ ନିଯୁକ୍ତି ମିଳିସାରିଥିବା ସେ କହିଛନ୍ତି। ୮,୬୩,୮୬୮ ରେଳବାଇ କର୍ମଚାରୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ଏବଂ ୨,୩୪,୧୮୪ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି ବୋଲି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
କୋଭିଡ୍ରେ ଭାରତୀୟ ରେଳବାଇ ୩ ହଜାର କର୍ମଚାରୀଙ୍କୁ ହରାଇଛି
/sambad/media/post_attachments/wp-content/uploads/2020/09/Indian-railways.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)