ଭାରତୀୟ ରେଳ ଶତପ୍ରତିଶତ ବିଦ୍ୟୁତୀକରଣ ଦିଗରେ ଆଗଉଛି

ନୂଆଦିଲ୍ଲୀ : ଭାରତୀୟ ରେଳ ବିଶ୍ୱର ସର୍ବବୃହତ୍ ସବୁଜ ରେଳପଥ ହେବା ପାଇଁ ମିସନ ମୋଡ୍‌ରେ କାର୍ଯ୍ୟ କରୁଛି ଏବଂ ୨୦୩୦ ପୂର୍ବରୁ ଏକ ‘ନେଟ୍ ଜିରୋ କାର୍ବନ ନିର୍ଗମନକାରୀ’ ହେବାକୁ ଯାଉଛି। ନିକଟରେ ଉତ୍ତରପ୍ରଦେଶରେ ବିଦ୍ୟୁତୀକରଣ ସମାପ୍ତ ହେବା ପରେ ଭାରତୀୟ ରେଳ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଭାରତୀୟ ରେଳ ଉତ୍ତରାଖଣ୍ଡର ବିଦ୍ୟୁତୀକରଣ କାର୍ଯ୍ୟ ଶେଷ କରିଛି ବିଭାଗ ପକ୍ଷରୁ କୁହାଯାଇଛି।

ଉତ୍ତରାଖଣ୍ଡର ବିଦ୍ୟମାନ ବ୍ରଡ୍ ଗେଜ୍ ନେଟ୍‌ୱାର୍କ ହେଉଛି ୩୪୭ ରୁଟ୍ କିଲୋମିଟର, ଯାହା ଶତପ୍ରତିଶତ ବିଦ୍ୟୁତୀକରଣ ହୋଇଛି। ଫଳସ୍ୱରୂପ ରକ୍ଷଣାବେକ୍ଷଣ ଆଦିର ମୂଲ୍ୟ ହ୍ରାସ ହେତୁ ସଞ୍ଚୟ ହେବ। ଆମଦାନି ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବ। ବୈଦେଶିକ ମୁଦ୍ରା ସଞ୍ଚୟ ସହିତ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ହେବ।

ଆହୁରି ମଧ୍ୟ ଋଷିକେଶରୁ କର୍ଣ୍ଣପ୍ରୟାଗକୁ ଏକ ନୂତନ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି ଯାହା ଭାରତୀୟ ରେଳବାଇର ଅନ୍ୟ ଏକ ଉଲ୍ଲେଖନୀୟ ସଫଳତା ହେବ। ତାହା ଭାରତୀୟ ରେଳ ସର୍କିଟରେ ଚାରି ଧାମ ତୀର୍ଥଯାତ୍ରା ମାର୍ଗକୁ ସାମିଲ୍ କରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର