‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଯୁବବର୍ଗଙ୍କୁ ଟ୍ରେନ୍‌ ଟିକେଟରେ ମିଳିବ ୫୦ ପ୍ରତିଶତ ରିହାତି

ନୂଆଦିଲ୍ଲୀ: ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଦେଶର ଯୁବବର୍ଗଙ୍କୁ ସେମାନଙ୍କ ଟ୍ରେନ୍‌ ଯାତ୍ରା ପାଇଁ ଟ୍ରେନ୍‌ ଟିକେଟରେ ୫୦ ପ୍ରତିଶତର ରିହାତି ଯୋଗାଇ ଦିଆଯିବ ବୋଲି ଆଜି ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ରେଳ ଟିକେଟରେ ଏହି ରିହାତି କେବଳ ମାତ୍ର ଦ୍ୱିତୀୟ ଶ୍ରେଣୀ ସ୍ଲିପର କ୍ଲାସ୍‌ରେ ଉପଲବ୍ଧ ହେବ ଏବଂ କେବଳ ମାତ୍ର ସାଧାରଣ ଟ୍ରେନ୍‌କୁ ବାଦ୍‌ ଦେଲେ ଅନ୍ୟ କୌଣସି ସ୍ୱତନ୍ତ୍ର ଟ୍ରେନ୍‌ରେ  ଏହି ରିହାତି ସୁବିଧା ଉପଲବ୍ଧ ହେବ ନାହିଁ ବୋଲି ମଧ୍ୟ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

News Nation

ତେବେ, ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଦେଶର ଯୁବବର୍ଗଙ୍କୁ କେବଳ ସେମାନଙ୍କ ଯିବାକାଳରେ ନୁହେଁ ବରଂ ଫେରିବା ବେଳେ ମଧ୍ୟ ଉପଲବ୍ଧ ହେବ ବୋଲି କହିଛି ରେଳ ମନ୍ତ୍ରାଳୟ।

ସମ୍ବନ୍ଧିତ ଖବର