ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ବଢୁଥିବା ବେଳେ ଲୋକେ ସଂକ୍ରମଣରୁ ବଂଚିବା ପାଇଁ ଘରେ ରହିବ ପାଇଁ ଉଚିତ ମନେ କରୁଛନ୍ତି | ଏ ନେଇ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା କମ ରହୁଛି | ଯାତ୍ରୀଙ୍କ ସଂଖ୍ୟା କମ ରହୁଥିବାରୁ ଏବେ ଭାରତୀୟ ରେଳ ଏକ ବଡ଼ ନିଷ୍ପତ୍ତି ନେଇଛି | ମେ' ୯ରୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ୨୮ଟି ଟ୍ରେନ ଚଳାଚଳ ସ୍ଥଗିତ ରଖିଛି ଭାରତୀୟ ରେଳ | ଏ ମଧ୍ୟରେ ରହିଛି ରାଜଧାନୀ,ଶତାବ୍ଦୀ ଓ ଦୂରନ୍ତୋ ଏକ୍ସପ୍ରେସ ଟ୍ରେନ |
ଏବେ ସଂକ୍ରମଣ ହାର ଅଧିକ ରହୁଥିବା ବେଳେ ଏହି ନିଷ୍ପତ୍ତି ନେଇଛି ଭାରତୀୟ ରେଳ | ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଣି ଥରେ ସ୍ଥଗିତ ରଖାଯାଇଥିବା ଟ୍ରେନ ଚଳାଚଳ କରିବା ବୋଲି ଆଶା କରାଯାଉଛି |
/sambad/media/post_attachments/59640e6fd78a3a64a10bdd78ec7ed9b944404b6daa4c308d279a88b9c9a90376.jpg)
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୯୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୧୦,୭୭,୪୧୦ ଓ ମୃତ୍ୟୁସଂଖ୍ୟା ୨୩, ୦୧,୬୮ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୨୯,୧୧୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୭୨,୮୦,୮୪୪ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୫,୬୬,୩୯୮।