ନୂଆଦିଲ୍ଲୀ : ଆପଣମାନେ ଟ୍ରେନରେ ଯାତ୍ରା କରିଥିବେ ନିଶ୍ଚୟ । ଟ୍ରେନ୍ ଆସି ପ୍ଲାଟ୍ଫର୍ମରେ ଲାଗିବା ପରେ ଟ୍ରେନରେ ଚଢ଼ିବା ପାଇଁ ଲୋକମାନେ କରୁଥିବା ଦଉଡ଼ ଧାପଡ଼ ବି ଆପଣମାନେ ଦେଖିଥିବେ । ଖାସ୍ କରି ଜେନେରାଲ କୋଚ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କେତେ କଷ୍ଟ କରିବାକୁ ପଡ଼େ ତାହା ନିଶ୍ଚୟ ଦେଖିଥିଲେ । ତୁରନ୍ତ ଟ୍ରେନ୍ରେ ଚଢ଼ି ବସିବା ପାଇଁ କିପରି ଗୋଟେ ସିଟ୍ ମିଳିଯିବ ସେ ନେଇ ଯାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥାଏ । ଜେନେରାଲ କୋଚ୍ରେ ଯାତ୍ରା କଲେ ଆପଣମାନେ ଜାଣି ପାରିବେ କି ଲୋକମାନଙ୍କ କେତେ କଷ୍ଟରେ ଯାତ୍ରା କରିବାକୁ ପଡ଼େ । ଏଥିସହ ଏହି କୋଚଗୁଡ଼ିକ ଆଦୌ ଆରାମଦାୟକ ହୋଇନଥାଏ।
thebetterindia.comତେବେ ଏତେ ସବୁ ଅସୁବିଧାକୁ ଆଖି ଆଗରେ ରଖି ଭାରତୀୟ ରେଳ ଏହାର ଏକ ସମାଧାନର ବାଟ ବାହାର କରିଛି। ଅଣସଂରକ୍ଷିତ କୋଚର ଚେହେରା ବଦଳାଇବ ଭାରତୀୟ ରେଳ। ଖୁବ୍ ଶୀଘ୍ର ୭୦୦ଟି ଅଣସଂରକ୍ଷିତ କୋଚ୍ ସାମିଲ କରିବାକୁ ଯାଉଛି ଭାରତୀୟ ରେଳ । ଯେଉଁ କୋଚ୍ରେ ଯାତ୍ରୀମାନଙ୍କ ପାଇଁ ଆରାମ ଦାୟକ ସିଟ୍ ରଖାଯିବା ସହ ପାଣି ବୋତଲ ଏବଂ ଚାର୍ଜିଙ୍ଗ ପଏଣ୍ଟ ରଖାଯିବ । ଏଭଳି କୋଚ୍ ଉପଲବ୍ଧ କରାଇବା ଯୋଜନା ୨୦୧୬ରେ ଆରମ୍ଭ ହୋଇଥିବା ବେଳେ ପ୍ରତି ଟ୍ରେନରେ ଥିବା ଜେନେରାଲ କୋଚ୍ରେ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ କାର୍ଯ୍ୟ ଜାରି ରହିଛି । ଏହି ନୂତନ କୋଚର ନାମ ଦିନ୍ ଦୟାଲ କୋଚ୍ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/The-coaches-will-be-a-boon-for-unreserved-passengers-feels-the-Railways.-1152x603.jpg)