୨୦୨୨ ମାର୍ଚ୍ଚ ସୁଦ୍ଧା ସମସ୍ତ ରେଳ ଷ୍ଟେସନ୍‌ ଓ କୋଚ୍‌ରେ ଲାଗିବ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଦେଶର ସମସ୍ତ ରେଳ ଷ୍ଟେସନ୍‌ ଓ ସମସ୍ତ ଟ୍ରେନ୍‌ର ପ୍ରତ୍ୟେକ କୋଚ୍‌ରେ ୨୦୨୨ ମାର୍ଚ୍ଚ ସୁଦ୍ଧା ସିସିଟିଭି କ୍ୟାମେରା ଲଗାଯିବ ବୋଲି ଆଜି ଘୋଷଣା କରିଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ।

New Indian Express

ନୂଆଦିଲ୍ଲୀ ଠାରେ ଆଜି ଏ ସଂପର୍କରେ ସୂଚନା ପ୍ରଦାନ କରି ରେଳବାଇ ବୋର୍ଡ ଅଧ୍ୟକ୍ଷ ଶ୍ରୀ ଯାଦବ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୫୦୩ଟି ରେଳ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଯିବା କାର୍ଯ୍ୟ ଶେଷ ହୋଇଛି। ଦେଶର ସମସ୍ତ ରେଳ ଷ୍ଟେସନଗୁଡ଼ିକରେ ସିସିଟିଭି ଲଗାଯିବା ପାଇଁ ରେଳବାଇକୁ ନିର୍ଭୟା ପାଣ୍ଠି ଅଧୀନରେ ୫୦୦ କୋଟି ଟଙ୍କା ମିଳିଛି। ଏଥିସହ ଦେଶର ୬୧୦୦ ରେଳ ଷ୍ଟେସନ ଓ ୫୮, ୬୦୦ ରେଳ କୋଚ୍‌ରେ ସିସିଟିଭି କ୍ୟାମେରା ଲଗାଇବାକୁ ରେଳ ବୋର୍ଡ ପକ୍ଷରୁ ମଧ୍ୟ ୨୦୦୦ କୋଟି ଟଙ୍କା ମଞ୍ଜୁର କରା ଯାଇଥିବା ସେ ଏହି ଅବସରରେ ସୂଚନା ଦେଇଛନ୍ତି। ଏଥିସହ ରେଳ ଯାତ୍ରା କାଳରେ ରେଳଯାତ୍ରୀମାନଙ୍କର ଯାତ୍ରାକୁ ଅଧିକ ସୁରକ୍ଷିତ ଓ ନିରାପଦ ରଖିବା ଲକ୍ଷ୍ୟରେ ପ୍ରତି ଟ୍ରେନ୍‌ରେ ‘ଆଟିଫିସିଆଲ ଇଣ୍ଟେଲିଜେନ୍ସ’ ରଖାଯିବା ସହ ଆହୁରି ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ।

ସମ୍ବନ୍ଧିତ ଖବର