ଶତାବ୍ଦୀ, ଗତିମାନ, ତେଜସ୍‌ ଏବଂ ଅନ୍ୟ କେତେକ ଟ୍ରେନ୍‌ର ଏସି ଚେୟାର୍‌ କାର୍‌ ଟିକେଟ୍‌ରେ ୨୫% ରିହାତି ଦେବ ରେଳବାଇ

ନୂଆଦିଲ୍ଲୀ: ଅପେକ୍ଷାକୃତ କମ୍‌ ଯାତ୍ରୀ ହେଉଥିବା ଶତାବ୍ଦୀ, ତେଜସ୍‌, ଗତିମାନ ଏବଂ ଇଣ୍ଟର୍‌ସିଟି ଭଳି କେତେକ ନିର୍ବାଚିତ ଟ୍ରେନ୍‌ରେ ଖାଲି ପଡୁଥିବା ସିଟ୍‌ଗୁଡ଼ିକ ଉପରେ ଭାରତୀୟ ରେଳବାଇ ଖୁବ୍‌ ଶୀଘ୍ର ୨୫% ଯାଏଁ ରିହାତି ଦେବ। ଏସି ଚେୟାର୍‌ ଏବଂ ଏକ୍ଜିକ୍ୟୁଟିଭ୍‌ ଚେୟାର୍‌ କାର୍‌ ବ୍ୟବସ୍ଥା ଥିବା ସମସ୍ତ ଟ୍ରେନ୍‌ରେ ଏହି ଯୋଜନା ଲାଗୁ ହେବ। ଯାତ୍ରୀ ବୃଦ୍ଧି କରାଇବା ଏବଂ ସ୍ୱଳ୍ପ ମୂଲ୍ୟରେ ମିଳୁଥିବା ବିମାନ ଏବଂ ସଡ଼କ ପରିବହନକୁ ମୁକାବିଲା କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Image Source: Zee News

ମୂଳ ମାହାସୁଲ ଉପରେ ୨୫% ଯାଏଁ ରିହାତି ଦିଆଯିବ। ଏହା ଉପରେ ପୃଥକ୍‌ ଭାବେ ରିଜର୍ଭେସନ୍‌ ଫି, ସୁପରଫାଷ୍ଟ୍‍ ଚାର୍ଜ ଏବଂ ଜିଏସ୍‌ଟି ଲାଗୁ କରାଯିବ। ଗତବର୍ଷ ମାସିକ ୫୦% ପ୍ରତିଶତରୁ କମ୍‌ ଖାଲି ପଡ଼ିଥିବା ଟ୍ରେନ୍‌ଗୁଡ଼ିକ ରିହାତି ପାଇଁ ଯୋଗ୍ୟ ହେବେ ବୋଲି ରେଳ ମନ୍ତ୍ରାଳୟର ଏକ ରିଲିଜ୍‌ କରିଥିବା ସର୍କ୍ୟୁଲାର୍‌ରେ ଉଲ୍ଲେଖ ଅଛି। ରିହାତି ମାହାସୁଲ ଥିବା ଟ୍ରେନ୍‌ରେ କ୍ୟାଟରିଙ୍ଗ୍‌କୁ ଇଚ୍ଛାଧୀନ କରାଯିବ।

ରିହାତି ଲାଗୁ କରିବା ପାଇଁ ଏହି ସର୍କ୍ୟୁଲାର୍‌କୁ ସମସ୍ତ ରେଳବାଇ ଜୋନ୍‌ର ପ୍ରିନ୍‌ସିପାଲ୍‌ ଚିଫ୍‌ କମର୍ସିଆଲ୍‌ ମ୍ୟାନେଜର୍‌ଙ୍କ ନିକଟକୁ ପଠାଇ ଦିଆଯାଇଛି। ଏହା ବର୍ଷ ସାରା ବା ବର୍ଷର ଆଶିଂକ ସମୟ ପାଇଁ, କୌଣସି ମାସ ପାଇଁ, ସିଜନାଲ୍‌ ପାଇଁ ବା ସପ୍ତାହକ ପାଇଁ ବା ସପ୍ତାହନ୍ତ ପାଇଁ ଉପଲବ୍ଧ ହୋଇ ପାରେ।

ସମ୍ବନ୍ଧିତ ଖବର