ନଭେମ୍ବର ୧ରୁ ସାରା ଦେଶରେ ୟୁଟିଏସ୍‌ ମୋବାଇଲ୍‌ ଆପ୍‌ରେ ଅଣସଂରକ୍ଷିତ ଟିକେଟର ବୁକିଂ ଆରମ୍ଭ କରିବ ରେଳବାଇ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧ ସମଗ୍ର ଦେଶରେ ରେଳଯାତ୍ରୀମାନଙ୍କୁ ୟୁଟିଏସ୍‌ ମୋବାଇଲ୍‌ ଆପ୍‌ ଜରିଆରେ ଅଣସଂରକ୍ଷିତ ରେଳ ଟିକେଟ ବୁକିଂ କରିବାର ସୁବିଧା ଯୋଗାଇ ଦେବ ଭାରତୀୟ ରେଳବାଇ। ଦେଶର ମୁମ୍ବାଇ, ଦିଲ୍ଲୀ- ପାଲଓ୍ଵାଲ ଏବଂ ଚେନ୍ନାଇରେ କେବଳ ଏବେ ଏହି ସୁବିଧା ଉପଲବ୍ଧ ଅଛି।

ତେବେ, ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ସମଗ୍ର ଦେଶରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବ ଭାରତୀୟ ରେଳବାଇ। ୟୁଟିଏସ୍‌ ମୋବାଇଲ୍‌ ଆପ୍‌ ବ୍ୟବହାର କରି ଅନ୍‌ ଲାଇନ୍‌ ଜରିଆରେ ଅଣସଂରକ୍ଷିତ ରେଳ ଟିକେଟ ବୁକିଂ କରିବାର ସୁବିଧା ଯାତ୍ରୀମାନେ ପାଇବା ସହ ପ୍ଲାଟଫର୍ମ ଟିକେଟ ଓ ମାସିକିଆ ସିଜିନ୍‌ ଟିକେଟ ମଧ୍ୟ କରିପାରିବେ। ରେଳବାଇ ପକ୍ଷରୁ ବିଗତ ୪ ବର୍ଷ ହେବ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଆପ୍‌ର ୪୫ ଲକ୍ଷ ପଞ୍ଜିକୃତ ବ୍ୟବହାରକାରୀ ଅଛନ୍ତି ଓ ପ୍ରତ୍ୟେକ ଦିନ ଏହି ଆପ୍‌ ଜରିଆରେ ୮୭,୦୦୦ ଟିକେଟ ଯାତ୍ରୀମାନେ ବୁକ୍‌ କରୁଛନ୍ତି। ଆଗକୁ ଦୀପାବଳି ଓ ଛଟ୍‌ ପୂଜା ଭଳି ପର୍ବ ସବୁ ରହିଥିବାରୁ ଏହି ଆପ୍‌ ବ୍ୟବହାର କରି ଯାତ୍ରୀମାନେ ବିଶେଷ ଉପକୃତ ହୋଇ ପାରିବେ ବୋଲି ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର