ଇମ୍ରାନଙ୍କ ମନ୍ତବ୍ୟକୁ ନେଇ ଭାରତର କଡା ପ୍ରତିକ୍ରିୟା- ସାରା ବିଶ୍ୱ ଜାଣିଛି, ପାକିସ୍ତାନ ହିଁ ଆତଙ୍କବାଦର କେନ୍ଦ୍ର

ନୂଆଦିଲ୍ଲୀ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବକ୍ତବ୍ୟର କଡା ପ୍ରତିକ୍ରିୟା ରଖିଛି ଭାରତ । ପାକିସ୍ତାନ ନିଜେ ଆତଙ୍କବାଦର ଶିକାର ବୋଲି ଇମ୍ରାନଙ୍କ ମତକୁ ଖାରଜ କରି ଭାରତ କହିଛି ଯେ ସାରା ବିଶ୍ୱ ଜାଣେ ଯେ ପାକିସ୍ତାନ ହିଁ ଆତଙ୍କବାଦର କେନ୍ଦ୍ରସ୍ଥଳୀ । ଏଣୁ ବିଶ୍ୱ ସମୁଦାୟକୁ ଆଉ ବିଭ୍ରାନ୍ତ ନକରି ପୁଲଓ୍ଵାମା କାଣ୍ଡର ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଭାରତ ଦାବି କରିଛି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବ୍ରୁତିରେ କୁହାଯାଇଛି ଯେ ଏହି ଆକ୍ରମଣକୁ ପାକିସ୍ତାନ ଅସ୍ୱୀକାର କରିବାକୁ ନେଇ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । ଇମ୍ରାନ ଏହି ଘଟଣାକୁ ନିନ୍ଦା ମଧ୍ୟ କରିବାକୁ ଉଚିତ ମଣିନାହାନ୍ତି । ଏହା ପୂର୍ବରୁ ଇମ୍ରାନ ଖାଁ କହିଥିଲେ ଯେ ଏହି ଘଟଣାରେ ପାକିସ୍ତାନର ହାତ ଥିବା କୌଣସି ପ୍ରମାଣ ନାହିଁ । ପାକିସ୍ତାନ ଏବେ ଧୀରେ ଧୀରେ ସ୍ଥିରତା ଆଡକୁ ଫେରୁଥିବାବେଳେ ଏପରି କାହିଁକି କରିବ ? ଯଦି ଭାରତ ପ୍ରମାଣ ଦିଏ ତେବେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ କରିବ ।

ସମ୍ବନ୍ଧିତ ଖବର