‘କାଇଦାରେ ରହିଲେ ଫାଇଦାରେ ରହିବ’ ଅଲ କାଇଦାକୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀଙ୍କ ଜବାବ

ଭୋପାଳ : ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଇଦା ଧମକ ଦେବା ପରେ ତାହାର ଜବାବ ଦେଇଛନ୍ତି ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । ସେ କହିଛନ୍ତି ଯେ ଯେଉଁମାନେ ଭାରତ ଉପରେ ଆକ୍ରମଣ କରିବାକୁ ଚିନ୍ତା କରୁଛନ୍ତି, ସେମାନେ ଜାଣିବା କଥା ଯେ ଭାରତ ନରେନ୍ଦ୍ର ମୋଦୀଙ୍କ ଶାସନାଧୀନ ରହିଛି । କୌଣସି ଆତଙ୍କବାଦୀ ସଂଗଠନକୁ ବରଦାସ୍ତ କରାଯିବ ନାହିଁ । ଭାରତକୁ ଆକ୍ରମଣ କରିବାକୁ ଚିନ୍ତା କରୁଥିବା ଆତଙ୍କବାଦୀ ସଂଗଠନକୁ ଲୋପ କରିଦିଆଯିବ । ଏଣୁ ଅଲକାଇଦା ‘ଯଦି କାଇଦାରେ ରହିବ ତେବେ ଫାଇଦାରେ ରହିବ’ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେପିର ଦୁଇ ପୂର୍ବତନ ମୁଖପାତ୍ରଙ୍କ ଦ୍ବାରା ଇସଲାମ ବିରୋଧୀ ମନ୍ତବ୍ୟକୁ ସମଗ୍ର ମୁସଲିମ ଦେଶମାନେ ବିରୋଧ କରିବା ପରେ ଅଲ କାଇଦା ମଧ୍ୟ ଭାରତକୁ ଧମକ ଦେଇଛି । ଗତ ଜୁନ ୬ ତାରିଖରେ ଅଲକାଇଦା ପକ୍ଷରୁ ଜାରି ଏକ ଧମକପୂର୍ଣ୍ଣ ପତ୍ରରେ କୁହାଯାଇଛି ଯେ ଯେଉଁମାନେ ଏପରି ଅପମାନ କରିଛନ୍ତି, ସେମାନଙ୍କୁ ହତ୍ୟା କରାଯିବ ।  ଅଲକାଇଦା ସଦସ୍ୟମାନେ ନିଜ ଶରୀରରେ ଓ ନିଜ ପିଲାମାନଙ୍କ ଶରୀରରେ ବିସ୍ଫୋରକ ବାନ୍ଧି ଆତ୍ମଘାତି ବିସ୍ଫୋରଣ କରି ଏପରି ଅପରାଧ କରିଥିବା ଲୋକମାନଙ୍କୁ ଉଡ଼ାଇଦେବେ । ଗେରୁଆ ଆତଙ୍କବାଦୀମାନେ ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଓ ଉତ୍ତରପ୍ରଦେଶରେ ନିଜର ଧ୍ବଂସ ପାଇଁ ଅପେକ୍ଷା କରିବା ଉଚିତ ।

 

 

ସମ୍ବନ୍ଧିତ ଖବର