ପାକିସ୍ତାନକୁ ବ୍ରହ୍ମୋସ୍‌ ତଥ୍ୟ ଦେଇ ଭାରତୀୟ ବୈଜ୍ଞାନିକ ଗିରଫ

ଆଇଏସ୍‌ଆଇ ଏଜେଣ୍ଟ ଭାବେ କାମ କରୁଥିବା ସନ୍ଦେହ

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ଆଜି ଜଣେ ବ୍ରହ୍ମୋସ୍ ବୈଜ୍ଞାନିକ ଗିରଫ ହୋଇଛନ୍ତି। ଭାରତର ପରମାଣୁ ଶକ୍ତି ସମ୍ପନ୍ନ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ବାବଦରେ ଅତି ଗୁରୁତ୍ବପୂର୍ଣ୍ଣ ଗୁପ୍ତ ତଥ୍ୟାବଳି ଏହି ବୈଜ୍ଞାନିକ ଜଣଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥିବା ଜଣାପଡ଼ିଛି। ଏନେଇ ସୂଚନା ମିଳିବାପରେ ସାମରିକ ଗୁଇନ୍ଦା ସଂସ୍ଥା ଏବଂ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ପୁଲିସର ମିଳିତ ଉଦ୍ୟମରେ ଉକ୍ତ ବୈଜ୍ଞାନିକ ଜଣଙ୍କୁ ନାଗପୁରରୁ ଗିରଫ କରାଯାଇଛି। ନିଶାନ୍ତ ଅଗ୍ରୱାଲ୍‌ ନାମକ ଏହି ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ରର ନାଗପୁର ସ୍ଥିତ ବ୍ରହ୍ମୋସ୍‌ ‌କ୍ଷେପଣା‌ସ୍ତ୍ର ଗବେଷଣା କେନ୍ଦ୍ର (ବିଆର୍‌ଏମ୍‌ସି)‌େର ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ। ନିଶାନ୍ତ ଅଗ୍ରୱାଲ୍‌ ଏହ‌ି କ୍ଷେପଣାସ୍ତ୍ର କେନ୍ଦ୍ରର ବୈଷୟିକ ଗବେଷଣା ବିଭାଗରେ ରହିଥିଲେ। ନିଶାନ୍ତଙ୍କୁ ଏନେଇ ଜେରା କରାଯାଉଛି। ତେବେ ଉକ୍ତ ବୈଜ୍ଞାନିକ ଜଣଙ୍କ ହନି ଟ୍ରାପ୍‌ର ଶିକାର ହୋଇଛନ୍ତି ବୋଲି ସ‌ନ୍ଦେହ କରାଯାଉଛି। ଜଣେ ମହିଳାଙ୍କ ନାମରେ ଥିବା ଏକ ଫେସବୁକ୍‌ ଆକାଉଣ୍ଟ୍‌ରେ ସେ ଚାଟ୍‌ କରିଛନ୍ତି। ଉକ୍ତ ଫେସବୁକ୍‌ ଆକାଉଣ୍ଟ୍‌ଟି ପାକିସ୍ତାନର ବୋଲି ଜଣାପଡ଼ିଛି। ସେହିପରି ତାଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର୍‌ରୁ ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଛି ବୋଲି ଉତ୍ତରପ୍ରଦେଶ ଏଟିଏସ୍‌ (ଅାତଙ୍କବାଦୀ ନିରୋଧ ଦଳ) ମୁଖ୍ୟ ଅସୀମ ଅରୁଣ କହିଛନ୍ତି। ତାଙ୍କର ସମସ୍ତ କମ୍ପ୍ୟୁଟର ଜବତ କରାଯାଇଛି। ନିଶାନ୍ତ ଅତି ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିଲେ। ତେବେ ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ଅନ୍ୟ ଦେଶକୁ ମଧ୍ୟ ବ୍ରହ୍ମୋସ୍‌ ‌େକ୍ଷପଣାସ୍ତ୍ର ବାବଦରେ ଅତି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି ବୋଲି ଏବେ ସନ୍ଦେହ ଜାତ ହୋଇଛି।

ସମ୍ବନ୍ଧିତ ଖବର