କରୋନା ଭାଇରସର ପ୍ରତିଷେଧକ ଟିକା ପ୍ରସ୍ତୁତ କରୁଛନ୍ତି ଭାରତୀୟ ବୈଜ୍ଞାନିକ, ପ୍ରାଥମିକ ଗବେଷଣା ସଫଳ !

ନୂଆଦିଲ୍ଲୀ: ଚୀନ ଓ ପୃଥିବୀର  ୨୫ଟି ଦେଶ ଏବେ ପ୍ରାଣଘାତକ କରୋନା ଭାଇରସ ସଂକ୍ରମଣ ନେଇ  ପାଇଁ ଚିନ୍ତିତ ଥିବା ବେଳେ କେବଳ ଚୀନରେ ଏହି ଭାଇରସ ୬୦୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି | ଏହି ଭାଇରସ କବଳରୁ କେମିତି ବର୍ତ୍ତିହେବ ସେ ନେଇ ବିଶ୍ବବ୍ୟପି ପ୍ରଚେଷ୍ଟା ଚାଲିଛି। ଏହାରି ମଧ୍ୟରେ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ବୈଜ୍ଞାନିକ କରୋନା ଭାଇରସ ମୁକାବିଲା ଲାଗି ଟିକା ପ୍ରସ୍ତୁତିର ନିକଟତର ହୋଇଥିବା ଜଣାପଡ଼ିଛି।

Photo-Oneindia

ମିଳିଥିବା ରିପୋର୍ଟ ମୁତାବକ ଅଷ୍ଟ୍ରେଲିଆର କମନୱେଲଥ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନ(ସିଏସଆଇଆରଓ) ରେ କାମ କରୁଥିବା ପ୍ରଫେସର ଏସ୍ ଏସ୍ ଭାସନ୍ କରୋନା ଭାଇରସରେ ପୀଡିତଙ୍କୁ କିଭଳି ଚିକିତ୍ସା କରାଯାଇପାରିବ ସେ ବିଷୟରେ ଗବେଷଣା କରୁଛନ୍ତି | ଚୀନର ଊହାନରୁ ଆସିଥବା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବା ପାଇଁ ସବୁ ଦେଶର ବୈଜ୍ଞାନିକ ଲାଗିପଡିଥିବା ବେଳେ ଅଷ୍ଟ୍ରେଲିଆର ଡୋହାର୍ତି ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ମଣିଷ ଶରୀରରୁ କରୋନା ଭାଇରସକୁ କାଢ଼ି ଅଲଗା କରିବାରେ ସକ୍ଷମ ହୋଇଥିଲେ |

ଏହା ପରେ ଭାଇରସକୁ ପରୀକ୍ଷାଗାରକୁ ଅଣାଯାଇଥିଲା, ଯେଉଁଠାରେ  ଭାରତୀୟ ବୈଜ୍ଞାନିକ  ଏସ୍ ଏସ୍  ଭାସନ୍ ଓ ତାଙ୍କ ନେତୃତ୍ବାଧୀନ ଗବେଷକ ଦଳ ଏହା ଉପରେ ପରୀକ୍ଷା କରିଥିଲା। ଗବେଷଣାକୁ ନେଇ ଭାସନ୍  କହିଛନ୍ତି ଯେ ଏବେ ଏହି ଭାଇରସର ଲକ୍ଷଣ ଓ କାରକ ବାବଦରେ ଗବେଷଣା କରାଯାଉଛି | ଏହା ପରେ ଖୁବ୍ ଶୀଘ୍ର ଟିକା  ପ୍ରସ୍ତୁତ କରାଯିବ | ଏଠାରେ ସୂଚନା ଥାଉ କି ବର୍ତ୍ତମାନ ସୁଦ୍ଧା ଚୀନରେ କରୋନା ଭାଇରସ ଯୋଗୁଁ ୬୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ୩୧ ହଜାରରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି |

ସମ୍ବନ୍ଧିତ ଖବର