ନୂଆଦିଲ୍ଲୀ : ନ୍ୟାସନାଲ ସେଣ୍ଟର ଫର୍ ରେଡିଓ ଏଷ୍ଟ୍ରୋଫିଜିକ୍ସ (ଏନ୍ସିଆର୍ଏ) ନେତୃତ୍ୱରେ ଭାରତୀୟ ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ବଡ଼ ଟେଲିସ୍କୋପ୍ ପ୍ରକଳ୍ପ ‘ଏସ୍କେଏ’ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି। ଏସ୍କେଏ ପାଇଁ କାମ କରୁଥିବା ମୋଟ ୧୨ ଜଣ ଅନ୍ତର୍ଜାତୀୟ ଇଂଜିନିୟରିଂ ଟିମ୍ରେ ଭାରତୀୟ ବୈଜ୍ଞାନିକମାନେ ସର୍ବାଧିକ ଯୋଗଦାନ କରିଛନ୍ତି ଏବଂ ଆଗୁଆ ସେମାନଙ୍କ କାମ ଶେଷ କରିଛନ୍ତି। ‘ଟେଲିସ୍କୋପ୍ ମ୍ୟାନେଜର ନର୍ଭସ୍ ସିଷ୍ଟମ୍’କୁ ଭାରତୀୟ ବୈଜ୍ଞାନିକମାନେ ତିଆରି କରିଛନ୍ତି ଯାହାକି ଟେଲିସ୍କୋପ୍ର ନିୟନ୍ତ୍ରଣ, ପରିଚାଳନା ଏବଂ ସଂଚାଳନ କାମ କରିବା। ଏସ୍କେଏ ଟେଲିସ୍କୋପ୍ ପ୍ରକଳ୍ପ ବିଶ୍ୱର ସବୁଠାରୁ ବଡ଼ ରେଡିଓ ଟେଲିସ୍କୋପ୍ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ଏସ୍କେଏ ଓ୍ଵବ୍ସାଇଟ୍ରେ କୁହାଯାଇଛି ଏହି ରେଡିଓ ଟେଲିସ୍କୋପ୍ ଗୋଟିଏ ଦିନରେ ଏତେ ଡାଟା ସଂଗ୍ରହ କରିପାରିବ, ଯାହାକୁ ଆଇପ୍ୟାଡ୍ରେ ଦେଖିବା ପାଇଁ ୨୦ ଲକ୍ଷ ବର୍ଷ ଲାଗିଯିବ । ଏହା ଆକାଶର ବିସ୍ତତ ଅଧ୍ୟୟନ କରିବ ଏବଂ ଏହାର ଆକାର ଭାରତର ଜାୟାଣ୍ଟ୍ ମିଟରେଓ୍ଵବ୍ ରେଡିଓ ଟେଲିସ୍କୋପ୍ (ଜିଏମ୍ଆରଟି)ଠାରୁ ପ୍ରାୟ ୫୦ ଗୁଣ ବଡ଼।