ଭାରତୀୟ ବୈଜ୍ଞାନିକମାନେ ଆବିଷ୍କାର କଲେ ପୃଥିବୀଠାରୁ ୨୭ ଗୁଣ ବଡ଼ ନୂତନ ଗ୍ରହ

ଚେନ୍ନାଇ: ଅହମ୍ମଦାବାଦର ଫିଜିକାଲ ରିସର୍ଚ୍ଚ ଲାବୋରୋଟୋରି( ପିଆରଏଲ)ରବୈଜ୍ଞାନିକମାନେ ପଥିିବୀ ଠାରୁ ୨୭ ଗୁଣ ବଡ଼ ଏନ ନୂତନ ଗ୍ରହ ଆବିଷ୍କାର କରିଛନ୍ତି। ଏହାର ବସ୍ତୁତ୍ୱ ପୃଥିବୀଠାରୁ ୨୭ ଗୁଣ ହୋଇଥିିବା ବେଳେଏହାର ବ୍ୟାସାର୍ଦ୍ଧ ପ୍ୟୃଥିବୀର ବ୍ୟାସାର୍ଦ୍ଧ ଠାରୁ ୬ ଗୁଣ ଅଧିକ। ଏହା ପୃଥିବୀ ଠାରୁ ୬ ଶହ ଆଲୋକବର୍ଷ ଦୂରତାରେ ସୂର୍ଯ୍ୟ ପରି ଏକ ନକ୍ଷତ୍ର ଚାରିପଟେ ବୁଲୁଥିବା ପିଆରଏଲ ଏହି ଭାରତୀୟ ବେଜ୍ଞାନିକମାନେ ଘୋଷଣା କରିଛନ୍ତି।
ବୈଜ୍ଞାନିକମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପିଆରଏଲ ଆଡଭାନ୍ସ ରାଡିଆଲ ଭେଲୋସିଟି ଆବୁ ସ୍କାଏ ସର୍ଚ୍ଚ( ପାରସ) ସହଯୋଗରେ ଏହି ନୃତନ ଗ୍ରହର ବସ୍ତୁତ୍ୱ ଆକଳନ କରିଛନ୍ତି।ମାଉଣ୍ଟ ଆବୁଠାରେ ପ୍ରତିଷ୍ଠା ହୋଇଥିବା ଗୁରୁଶିଖର ଅବଜରଭେଟୋରିରେ ୧.୨ ମିଟର ଟେଲିସ୍କୋପ ସହଯୋଗରେ ଏହି ନୂତନ ଗ୍ରହକୁ ଠାବ କରିଛନ୍ତି। ଇସ୍ରୋର େଓ୍ଵବ୍‌ ସାଇଟରେ ଏହି ଗ୍ରହର ନାମ ଏପିକ ୨୧୧୯୪୫୨୦୧ ବି ଅଥବା କେ -୨-୨୩୬ ବି ରଖାଯାଇଛି। ଏହି ନୂତନ ଗ୍ରହଟି ତାର ସୂର୍ଯ୍ୟ ଚାରିପଟେ ୧୯.୫ ଦିନରେ ଥରେ ପରିକ୍ରମା କରୁଛି। ଏହି ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟରେ ଥିବାରୁ ଏହାର ଭୂତାପନ ୬ଶହ ଡିଗ୍ରି ସେଲସିୟସ ରହିଛି। ତେଣୁ ଏଠାରେ ଜୀବଜଗତ ପ୍ରତିଷ୍ଠା ନେଇ କୌଣସି ସମ୍ଭାବନା ନାହିଁ ବୋଲି ବୈଜ୍ଞାନିକମାନେ ଘୋଷଣା କରିଛନ୍ତି।ଏହି ଗ୍ରହକୁ ନେଇ ଗତ ଦେଢ଼ ବର୍ଷ ହେଲା ପିଆରଏଲର ବୈଜ୍ଞାନିକମାନେ ଗବେଷଣା ଚଳାଇଥିଲେ।

ସମ୍ବନ୍ଧିତ ଖବର