ଅମୃତସର୍: ପାକିସ୍ତାନରେ ପ୍ରକାଶ ପର୍ବ ଉପଲକ୍ଷେ ତୀର୍ଥଯାତ୍ରା ସମୟରେ ନିଖୋଜ ହୋଇଯାଇଥିବା ଭାରତୀୟ ଶିକ୍ ମହିଳା ସରବଜୀତ କାଉର୍ (୫୨) ଇସ୍ଲାମ ଧର୍ମ ଗ୍ରହଣ କରି ସେଠାରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ବିବାହ କରିବା ଖବର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପଞ୍ଜାବର କପୁରଥଲା ବାସିନ୍ଦା ଏହି ମହିଳା ନୂଆ ନାମ ‘ନୁର୍ ହୁସେନ୍’ ରଖି ଇସଲାମ ଧର୍ମ ଗ୍ରହଣ କରିଛନ୍ତି। ଶେଖୁପୁରା (ଲାହୋରରୁ ୫୬ କିଲୋମିଟର)ର ନାସିର ହୁସେନ୍ ନାମକ ବ୍ୟକ୍ତିକୁ ସେ ବିବାହ କରିଛନ୍ତି ବୋଲି ଅନ୍ଲାଇନରେ ଏକ ନିକାହନାମା (ଇସଲାମୀ ବିବାହ ପତ୍ର) ପ୍ରକାଶ ପାଇଛି। ଏହି ଘଟଣା ଉପରେ ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ସତର୍କ ନଜର ରଖିଛନ୍ତି। ତୀର୍ଥଯାତ୍ରା ଆଳରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଏଭଳି ଘଟଣା ଏକ ଯୋଜନାବଦ୍ଧ ପ୍ରୟାସ ହୋଇପାରେ ବୋଲି ମଧ୍ୟ କୁହାଯାଇଛି। ୪ ନଭେମ୍ବର ୨୦୨୫ରେ ବାଘା-ଅଟ୍ଟାରୀ ସୀମାନ୍ତ ପାର ହୋଇ ଗୁରୁ ନାନକ ଦେବଙ୍କ ୫୫୫ତମ ପ୍ରକାଶ ପର୍ବ ଉପଲକ୍ଷରେ ୧୯୯୨ ଶିଖ ତୀର୍ଥଯାତ୍ରୀଙ୍କ ଦଳରେ ସାମିଲ ହୋଇ ସରବଜୀତ ପାକିସ୍ତାନ ଯାଇଥିଲେ। ୧୩ ନଭେମ୍ବରରେ ଉକ୍ତ ତୀର୍ଥଯାତ୍ରୀ ଦଳ ଫେରିଲେ କିନ୍ତୁ ସରବଜୀତ ଅନୁପସ୍ଥିତ ଥିଲେ। ପାକିସ୍ତାନୀ ଇମିଗ୍ରେସନ୍ ଅଧିକାରୀମାନେ ଜଣାଇଛନ୍ତି ଯେ ସେ ପ୍ରସ୍ଥାନ ଅନୁମତି ନେଇନଥିଲେ। ମୁକ୍ତସର୍ ଜିଲ୍ଲାରୁ ଜାରି ହୋଇଥିବା ପାସ୍ପୋର୍ଟରେ ତାଙ୍କ ପିତାଙ୍କ ନାମ ଲେଖାଯାଇଛି। ସରବଜୀତଙ୍କ ଦୁଇ ପୁଅ ଅଛନ୍ତି ଏବଂ ସେମାନେ ଲଣ୍ଡନରେ ରହୁଥିବା ଜଣାପଡ଼ିଛି। । ଭାରତୀୟ ଗୁପ୍ତଚର ସଂସ୍ଥାମାନେ ଏହାକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ‘ଆତଙ୍କୀ ନିଯୁକ୍ତିର ଭିନ୍ନ ମଡେଲ୍’ ବୋଲି କହିଛନ୍ତି। ତୀର୍ଥଯାତ୍ରୀଙ୍କୁ ଗେଷ୍ଟହାଉସ୍ରେ ସ୍ଥାନୀୟ ମଧ୍ୟସ୍ଥଙ୍କ ମାଧ୍ୟମରେ ଧାର୍ମିକ ପ୍ରଭାବ ଓ ବାଧ୍ୟତାମୂଳକ ବିବାହ ଦ୍ୱାରା ଗୁପ୍ତ ସୂଚନା ସଂଗ୍ରହ କରାଯାଉଥିବା ଜଣାପଡ଼ିଛି। ଭାରତୀୟ ହାଇକମିସନ୍ ଇସ୍ଲାମାବାଦରେ ପାକିସ୍ତାନୀ ଅଧିକାରୀମାନଙ୍କ ସହ ଯୋଗାଯୋଗ କରି ନିକାହନାମା ସଂପର୍କରେ ଯାଞ୍ଚ କରୁଛି। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍ଜିପିସି) ଏହି ଯାତ୍ରା ଆୟୋଜନ କରିଥିବା ବେଳେ କମିଟି ପକ୍ଷରୁ ଏ ନେଇ କୌଣସି ବିବୃତି ଜାରି ହୋଇନାହିଁ।
Indian Sikh missing : ପାକିସ୍ତାନରେ ନିଖୋଜ ଭାରତୀୟ ଶିଖ୍ ମହିଳା ଇସ୍ଲାମକୁ ଧର୍ମାନ୍ତରିତ
ପାକିସ୍ତାନରେ ପ୍ରକାଶ ପର୍ବ ଉପଲକ୍ଷେ ତୀର୍ଥଯାତ୍ରା ସମୟରେ ନିଖୋଜ ହୋଇଯାଇଥିବା ଭାରତୀୟ ଶିକ୍ ମହିଳା ସରବଜୀତ କାଉର୍ (୫୨) ଇସ୍ଲାମ ଧର୍ମ ଗ୍ରହଣ କରି ସେଠାରେ ଜଣେ ସ୍ଥାନୀୟ....
/sambad/media/media_files/2025/11/16/untitled-12-2025-11-16-06-01-04.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)