ୟୁଏଇରେ ଭାରତୀୟ ସାମାଜିକ କର୍ମୀଙ୍କ ଆତ୍ମହତ୍ୟା

ଦୁବାଇ : ଜଣେ ବିଶିଷ୍ଟ ଭାରତୀୟ ସାମାଜିକ କର୍ମୀ ୟୁଏଇରେ ଆତ୍ମହତ୍ୟା କରିଦେଇଛନ୍ତି। ୩୫ ବର୍ଷୀୟ ସାମାଜିକ କର୍ମୀ ସନ୍ଦୀପ ଭେଲାଲୁର୍‌ ରାସ ଅଲ ଖେଅମାର୍‌ରେ (ଆର୍‌ଏକେ)ରେ ଜଣେ ଷ୍ଟାଫ୍‌ ସର୍ଭେୟର ଥିଲେ। ତେବେ ସେ ନିଜର ଏକ ଟ୍ରାନ୍ସପୋର୍ଟ କମ୍ପାନି ପ୍ରତିଷ୍ଠା କରିଥିଲେ। କିନ୍ତୁ ଏଥି‌‌ରେ ବ୍ୟାପକ କ୍ଷତି ହେବାରୁ ସେ ଆର୍ଥିକ ସଙ୍କଟ ସହି ପାରିଲେନି। ଫଳରେ ସେ ଆତ୍ମହତ୍ୟା କରିଦେଇଛନ୍ତି। ଗତ ରବିବାର ଦିନ ପ୍ରକାଶିତ ଖଲିଜ୍ ଟାଇମ୍ସ ରି‌ପୋର୍ଟରୁ ଏହା ଜଣାପଡ଼ିଛି। ଭେଲାଲୁର୍‌ଙ୍କ ୩ ପୁଅ ଓ ଝିଅ ଅଛନ୍ତି। ସେ ତାଙ୍କ ପରିବାର ସଦସ୍ୟଙ୍କୁ ଗତ ୩ ବର୍ଷ ପୂର୍ବେ ଭାରତ ପଠାଇ ଦେଇଥି‌ଲେ। ଆରଏକେ ନିକଟରେ ସେ ଏକ ଆପାର୍ଟମେଣ୍ଟ୍‌ରେ ତାଙ୍କ ଦୁଇ ଜଣ ବନ୍ଧୁଙ୍କ ସହ ରହୁଥିଲେ। ତେବେ ଘରେ ତାଙ୍କର ଅନ୍ୟ ବନ୍ଧୁମାନେ ନଥିବା ସମୟରେ ସେ ସିଲିଂ ଫ୍ୟାନ୍‌‌ରେ ଝୁଲି ଆତ୍ମହତ୍ୟା କ‌ରିଦେଇଛନ୍ତି। ପୁଲିସ ଏବେ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଜଣେ ସାମାଜିକ କର୍ମୀ ଭାବେ ଭେଲାଲୁର୍‌ ଅନେକ ଜନମଙ୍ଗଳ କାର୍ଯ୍ୟ କରିଛନ୍ତି। ଆରଏକେରେ ସେ ନିୟମିତ ଭାବେ ରକ୍ତଦାନ ଶିବିର ପରିଚାଳନା କରିଥାନ୍ତି। ଦୁର୍ଘଟଣାରେ ପକ୍ଷାଘାତର ଶିକାର ହୋଇ ପ୍ରାଣ ହରାଇଥିବା ଜଣେ ଭାରତୀୟ କର୍ମୀଙ୍କ ପରିବାର ସଦସ୍ୟଙ୍କୁ ସେ ୪ ଲକ୍ଷ ଟଙ୍କା ଦେଇଥିଲେ। ଭେଲାଲୁର୍‌ଙ୍କ ମର ଶରୀର ଖୁବ୍‌ ଶୀଘ୍ର ଭାରତ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।

ସମ୍ବନ୍ଧିତ ଖବର