କାରଗିଲରେ ଭାରତୀୟ ଯବାନଙ୍କ ହିପ୍‌ ହପ୍‌ ନୃତ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ : ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଘାଟିରେ ହିଂସା ରୋକିବାକୁ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲକ୍ଷ ଲକ୍ଷ ଭାରତୀୟ ସେନା ସେଠାରେ ମୁତୟନ ହୋଇଛନ୍ତି । ଏ ପର୍ଯ୍ୟନ୍ତ ସେପରି କୌଣସି ବଡ଼ ଧରଣର ହିଂସାକାଣ୍ଡ ହୋଇନଥିଲେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଏହାକୁ ଦୃଷ୍ଟିରେ ରଖି ସେନା ସଜାଗ ରହିଛି । ଏଭଳି ଉତ୍ତେଜନାପୂର୍ଣ୍ଣ ଓ ବିପଦପୂର୍ଣ୍ଣ ସ୍ଥିତିରେ ଥାଇ ମଧ୍ୟ ସେନାର ଜଣେ ଯବାନ କିଛି ସମୟ ବାହାର କରି ରାସ୍ତାରେ ଏକ ଚମତ୍କାରହିପ୍‌ ହପ୍‌ ନୃତ୍ୟ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଯବାନଙ୍କ ପ୍ରକୃତ ନାମ ଜଣାପଡିନଥିଲେ ମଧ୍ୟ ଇନଷ୍ଟାଗ୍ରାମରେ ତାଙ୍କର ନାଁ ରେକ୍ସ ଏମଜେ ଲି ରହିଛି । ଉକ୍ତ ଭିଡିଓଟି କାରଗିଲରେ ଉଠାଯାଇଥିବା ଅନୁମାନ କରାଯାଉଛି । ମାତ୍ର ୧ ମିନିଟର ଏହି ଭିଡିଓକୁ ଲକ୍ଷ ଲକ୍ଷ ଦେଖିବା ସହ ନିଜର କମେଣ୍ଟ ଲେଖିଛନ୍ତି । ଜଣେ ଦର୍ଶକ ଲେଖିଛନ୍ତି ଯେ ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ଆମର ଜଣେ ସୈନିକ ନୃତ୍ୟ କରୁଥିବା ଦେଖି ଖୁସି ଲାଗୁଛି ।

 

ସମ୍ବନ୍ଧିତ ଖବର