ବିମାନ ଉଡାଣରେ ଭାରତୀୟ ଗୀତ ବାଜିବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ବିମାନ ଉଡାଣରେ କିମ୍ବା ଏୟାରପୋର୍ଟ ଓ ଟର୍ମିନାଲରେ ଭାରତୀୟ ଗୀତ ବଜାଇବା ବାଧ୍ୟତାମୂଳକ ନୁହଁ। କେନ୍ଦ୍ରୀୟ ନାଗରିକ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ଭି.କେ ସିଂହ ସୋମବାର ଏହା କହିଛନ୍ତି। ବେସାମରିକ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୭ ଡିସେମ୍ବରରେ ସମସ୍ତ ବିମାନ ଓ ଟର୍ମିନାଲରେ ଭାରତୀୟ ଗୀତ ବଜାଇବା ଉପରେ ବିଚାର କରିବାକୁ କହିଥିଲେ। ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ୨୩ ଡିସେମ୍ବରରେ ନାଗରିକ ଉନ୍ନୟନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ଭାରତୀୟ ସଞ୍ଚାଳିତ ବିମାନରେ ଭାରତୀୟ ଗୀତକୁ ବଜାଇ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଥିଲେ।

ବିଦେଶ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା ଆଇସିସିଆର ଟ୍ଵିଟ୍ କରି କହିଥିଲା, ବୈଠକ ପରେ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା ଯେଉଁଥିରେ ଭାରତୀୟ ବିମାନ କମ୍ପାନୀ ଦ୍ଵାରା ସଞ୍ଚାଳିତ ଉଡାଣରେ ଭାରତୀୟ ସଙ୍ଗୀତକୁ ସାମିଲ କରାଯିବା ଦରକାର। ସଂସଦ ଅଧିବେଶନ ଚାଲୁଥିବା ସମୟରେ ଯେତେବେଳେ କଂଗ୍ରେସର ରାଜ୍ୟସଭା ସାଂସଦ ଅମ୍ବିକା ସୋନି ପଚାରିଥିଲେ, କ’ଣ ସରକାର ଭାରତୀୟ ଏୟାରଲାଇନ୍ସ ଓ ବିମାନବନ୍ଦର ପାଇଁ ଭାରତୀୟ ଶାସ୍ତ୍ରୀୟ ଗୀତ କିମ୍ବା ସୂକ୍ଷ୍ମ ଗୀତ ବଜାଇବା ଅନିବାର୍ଯ୍ୟ ଉପରେ ପ୍ରସ୍ତାବ ରଖିଥାଏ। ଭି.କେ ସିଂହ ନିଜର ଉତ୍ତରରେ ନାହିଁ କହିଥିଲେ।

ସମ୍ବନ୍ଧିତ ଖବର