ନୂଆଦିଲ୍ଲୀ: କାନାଡାର ଓଟାୱା ନିକଟସ୍ଥ ରକଲ୍ୟାଣ୍ଡରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଛୁରାମାଡ଼ରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଜଣେ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି। ତେବେ ଆକ୍ରମଣ ସଂପର୍କରେ ସେପରି ବିଶେଷ କୌଣସି ତଥ୍ୟ ହସ୍ତଗତ ହୋଇପାରିନାହିଁ।
କାନାଡାରେ ଥିବା ଭାରତୀୟ ଦୂତାବାସର ‘ଏକ୍ସ’ ଅାକାଉଣ୍ଟ୍ରେ ଏନେଇ ସୂଚନା ଦିଆଯାଇଛି। ଏହି ଘଟଣାକୁ ନିଶ୍ଚିତ କରି ଦୂତବାସ ପକ୍ଷରୁ ଏହା କୁହାଯାଇଛି ଯେ ପୀଡିତଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଛି।
"ଛୁରାମାଡ଼ ଯୋଗୁ ଓଟାୱା ନିକଟସ୍ଥ ରକଲ୍ୟାଣ୍ଡରେ ଜଣେ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁରେ ଆମେ ଗଭୀର ଦୁଃଖିତ। ପୁଲିସ କହିଛି ଯେ ଜଣେ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି। ଶୋକସନ୍ତପ୍ତ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଆମେ ଏକ ସ୍ଥାନୀୟ ସମ୍ପ୍ରଦାୟ ସଂଘ ମାଧ୍ୟମରେ ଘନିଷ୍ଠ ଯୋଗାଯୋଗରେ ଅଛୁ," ବୋଲି ପୋଷ୍ଟରେ ଲେଖାଯାଇଛି।
ସିବିସି ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, କ୍ଲାରେନ୍ସ-ରକଲ୍ୟାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ପାଇଥିଲେ ଏବଂ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା। କର୍ତ୍ତୃପକ୍ଷ ମୃତ୍ୟୁର କାରଣ ପ୍ରକାଶ କରିନାହାଁନ୍ତି କିମ୍ବା କୌଣସି ଅଭିଯୋଗ ଦାଖଲ କରାଯାଇଛି କି ନାହିଁ ତାହା ପ୍ରକାଶ କରିନାହାଁନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/05/4gOk0stPsCVHzj8VWOCD.jpg)
