ନୂଆଦିଲ୍ଲୀ: ଭିସା ଦୁର୍ନୀତିରେ ସାମିଲ ହୋଇଥିବା ଅଭିଯୋଗରେ ଆମେରିକାରେ ବହୁ ସଂଖ୍ୟକ ଭାରତୀୟ ଛାତ୍ରଙ୍କୁ ଗିରଫ କରାଯାଇଥିବାରୁ ଆଜି ବିଦେଶ ମନ୍ତ୍ରାଳୟ ଏହାର ଜୋର୍ଦାର ବିରୋଧ କରିଛି ଏବଂ ଆମେରିକୀୟ ଦୂତାବାସକୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗିରଫ ହୋଇଥିବା ସମସ୍ତ ଛାତ୍ରଙ୍କୁ ତତ୍କାଳ ଭାରତୀୟ ଦୂତାବାସର ସହଯୋଗ ପହଞ୍ଚାଇବା ଏବଂ ଛାତ୍ରମାନଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ କୁହାଯାଇଛି । ମାମଲାର ତ୍ବରିତ ସମାଧାନ ପାଇଁ ଆଜି ଭାରତରେ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ଜଣାଇ ଦିଆଯାଇଛି ଏବଂ ଆମେରିକାରେ ଅବସ୍ଥିତ ଭାରତୀୟ ଦୂତାବାସ ମଧ୍ୟ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛି। ଆମେରିକାରେ ନକଲି ବିଶ୍ବବିଦ୍ୟାଳୟରେ ନାମ ଲେଖାଇ ବେଆଇନ ଭାବେ ରହୁଥିବା ୧୩୦ ବିଦେଶୀ ଛାତ୍ରଙ୍କୁ ନିକଟରେ ପୁଲିସ ଗିରଫ କରିଥିଲା। ଆପ୍ରବାସନ ଏବଂ ସୀମାଶୁଳ୍କ ବିଭାଗ ଅଧିକାରୀମାନେ ବୁଧବାର ଭାରତୀୟ ଛାତ୍ରମାନଙ୍କୁ ଗିରଫ କରିଥିଲେ। କେବଳ ଆମେରିକାରେ ରହିବା ପାଇଁ ଯୋଜନା କରି ଶତାଧିକ ଭାରତୀୟ ଛାତ୍ର ନକଲି ଦସ୍ତାବିଜ ପ୍ରସ୍ତୁତ କରିଥିଲେ ଏବଂ ସେମାନେ ବେଆଇନ ଭାବେ ରହୁଥିଲେ ବୋଲି ତଦନ୍ତକାରୀ ଆମେରିକୀୟ ଅଧିକାରୀ କହିଛନ୍ତି। କେତେକ ଭାରତୀୟ ଛାତ୍ର ଅନ୍ୟ ବିଦେଶୀ ଛାତ୍ରଙ୍କ ନକଲି ଦସ୍ତାବିଜ ପ୍ରସ୍ତୁତିରେ ମଧ୍ୟ ସହାୟତା କରିଥିଲେ ବୋଲି କୁହାଯାଇଛି । ତେବେ ଯେଉଁ ନକଲି ବିଶ୍ବବିଦ୍ୟାଳୟରେ ଭାରତୀୟ ଛାତ୍ର ନାମ ଲେଖାଇଥିଲେ ତାହା ଆମେରିକା ପୁଲିସ ଦ୍ବାରା ହିଁ ସୃଷ୍ଟି କରାଯାଇଥିଲା ଏବଂ ବେଆଇନ ଭାବେ ରହୁଥିବା ଛାତ୍ରଙ୍କୁ ଠାବ କରିବା ପାଇଁ ଏହା ପୁଲିସର ଚାଲ୍ ଥିଲା।
ଭାରତୀୟ ଛାତ୍ରଙ୍କୁ ଗିରଫ ମାମଲା: ଆମେରିକାର ପଦକ୍ଷେପକୁ ଭାରତର କଡ଼ା ବିରୋଧ
/sambad/media/post_attachments/wp-content/uploads/2019/02/US-3197120_6.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)