ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୯ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଖବର ଆସୁଛି କି ୟୁକ୍ରେନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ବି ରୁଷ କାବୁ କରି ନେଇଛି। ଏଥିସହିତ ୧୦ରୁ ଅଧିକ ସହର ନଷ୍ଟ ହୋଇଯାଇଛି।

Advertisment

ଏଭଳି ପରିସ୍ଥିତିରେ ୟୁ‌କ୍ରେନରେ ସଙ୍କଟରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ଏହି ସମୟରେ ଶୁକ୍ରବାର କିଭରୁ ଫେରୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି ବାଜିଥିବା ଖବର ଆସିଛି। ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରି ଅଧାରାସ୍ତାରୁ ଚିକିତ୍ସା ପାଇଁ କିଭ ନିଆଯାଇଥିଲା। କୁହାଯାଉଛି କି ଏହି ଯୁଦ୍ଧରେ ଏଯାବତ ୧୫୦୦ ୟୁକ୍ରେନ ନାଗରିକ ଗୁରୁତର ହୋଇଛନ୍ତି।

କିଭରେ ଗୁଳିବିନିମୟର ଶିକାର ହୋଇଥିବା ଭାରତୀୟ ଛାତ୍ର ହର‌ଜୋତ ସିଂହ କହିଛନ୍ତି, ସେ ତିନିଟି ଗୁଳିର ଶିକାର ହୋଇଥିଲେ। ଜୀବନ ବଞ୍ଚାଇବା ପାଇଁ ସେ ରାସ୍ତାରେ ଶୋଇ ପଡ଼ିଥିଲେ । ଏହା ସତ୍ତ୍ବେ ତିନିଟି ଗୁଳି ଆସି ତାଙ୍କ ଶରୀରରେ ବାଜିଥିଲା। ଆଉ ସେ ଯନ୍ତ୍ରଣାରେ ଆଉଟପାଉଟ ହୋଇ ତଳେ ପଡ଼ି ଯାଇଥିଲେ।