ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଉଦ୍ଧାର କାର୍ଯ୍ୟର ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହିତ ଗୁଳି ବାଜିଥିବା ଭାରତୀୟ ଛାତ୍ର ହରଜୋତ ସିଂଙ୍କୁ ମଧ୍ୟ ୟୁକ୍ରେନରୁ ଅଣାଯାଉଛି। ହରଜୋତ ସିଂଙ୍କୁ ତିନିଟି ଗୁଳି ବାଜିଥିଲା, ଚିକିତ୍ସା ପରେ ତାଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନରୁ ବାହାର କରାଯାଇଛି।
ସୂଚନାଯୋଗ୍ୟ, ଦିଲ୍ଲୀର ଛତ୍ରପୁର ଅଞ୍ଚଳର ବାସିନ୍ଦା ହରଜୋତ ୟୁକ୍ରେନର ଲଭିଭ ଅଞ୍ଚଳରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଏପରି ତିନିଟି ଗୁଳି ତାଙ୍କ ଶରୀରରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇ ନିଜ ଦେଶକୁ ଫେରୁଛନ୍ତି।
हरजोत सिंह वह भारतीय हैं जिन्हें कीव में युद्ध के दौरान गोली लग गई थी। अफरातफरी में इनका पासपोर्ट भी गुम गया था।
सहर्ष सूचित कर रहा हूं कि हरजोत कल भारत हमारे साथ पहुंच रहे हैं।
आशा है घर के खाने और देखभाल के साथ शीघ्र स्वास्थ्यवर्धन होगा।#OperationGanga#NoIndianLeftBehindpic.twitter.com/NxOkD9mJ9U
— General Vijay Kumar Singh (@Gen_VKSingh) March 6, 2022
ହରଜୋତ ସିଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଫସି ଯାଇଥିଲେ। ସେ ନିଜ ସାଙ୍ଗମାନଙ୍କ ସହିତ କିଭରୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିଲେ।
କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ରବିବାର ଦିନ ଟ୍ୱିଟ୍ କରି ହରଜୋତ ସିଂଙ୍କ ଭାରତ ଫେରିବାକୁ ନିଶ୍ଚିତ କରି ଲେଖିଥିଲେ ଯେ କିଭରୁ ଯାଉଥିବା ସମୟରେ ଗୁଳି ମାଡ଼ରେ ଆହତ ହୋଇଥିବା ଭାରତୀୟ ନାଗରିକ ହରଜୋତ ସିଂ ଆମ ସହ ଭାରତ ଫେରିବେ।