ସେଲ୍ଫି ନେବାବେଳେ ଖସିପଡ଼ି ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ମେଲବୋର୍ଣ୍ଣ: ଏକ ଅଭାବନୀୟ ଘଟଣାକ୍ରମରେ ଆଜି ଅଷ୍ଟ୍ରେଲିଆରେ ଅଧ୍ୟୟନରତ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ପଶ୍ଚିମ ଅଷ୍ଟ୍ରେଲିଆର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳକୁ ଭାରତୀୟ ଛାତ୍ର ଅଙ୍କିତ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ। ଏକ ଐତିହାସିକ ବନ୍ଦର ସହରର ପର୍ଯ୍ୟଟନ ସ୍ଥଳରେ ଅଙ୍କିତ ଏକ ବଡ଼ ପଥର ଉପରେ ତାଙ୍କ ସାଙ୍ଗମାନଙ୍କ ସହ ସେଲ୍‌ଫି ନେଉଥିବା ବେଳେ ହଠାତ୍‌ ତାଙ୍କ ପାଦ ଖସି ଯାଇଥିଲା। ଫଳରେ ସମୁଦ୍ରରେ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଯାଇଛି। ପାଖାପାଖି ଘଣ୍ଟାଏ ପରେ ଅଙ୍କିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ସମ୍ବନ୍ଧିତ ଖବର