ଭାରତୀୟ ପର୍ଯ୍ୟଟକଙ୍କ ମୋହଭଙ୍ଗ: ବିବାଦ ଯୋଗୁ ମାଳଦ୍ବୀପରେ ପର୍ଯ୍ୟଟକଙ୍କ ସଂଖ୍ୟା ୩୩% କମିଲା

ମାଲେ: ଭାରତ ସହିତ ବିବାଦ ମାଳଦ୍ବୀପକୁ ମହଙ୍ଗା ପଡ଼ିଛି। ବିବାଦ ପରେ ମାଳଦ୍ବୀପର ସ୍ଥିତି ସଙ୍କଟଜନକ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ କମିବାରୁ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ନ ଭୁଶିଡ଼ିବା ସ୍ଥିତିକୁ ଆସିଛି। ଦେଶର ପର୍ଯ୍ୟଟନ ଶିଳ୍ପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ୩୩% କମିଛି।

୨୦୨୧-୨୩ ପର୍ଯ୍ୟନ୍ତ ସର୍ବାଧିକ ଭାରତୀୟ ପର୍ଯ୍ୟଟକ ମାଳଦ୍ବୀପ ଯାତ୍ରା କରିଥିଲେ। ଏହି ସମୟ ମଧ୍ୟରେ ପ୍ରତିବର୍ଷ ୨,୦୦,୦୦୦ରୁ ଅଧିକ ପର୍ଯ୍ୟଟକ ଭାରତରୁ ମାଳଦ୍ବୀପ ଯାଇଥିଲେ। ଚଳିତ ବର୍ଷ ଇତି ମଧ୍ୟରେ ୫୪,୦୦୦  ପର୍ଯ୍ୟଟକ ମାଳଦ୍ବୀପ ଯାଇଛନ୍ତି। ସେଥି  ମଧ୍ୟରେ ଚୀନ ପର୍ଯ୍ୟଟକ ସର୍ବାଧିକ ଅଛନ୍ତି। ଗତ ବର୍ଷ ମାର୍ଚ୍ଚ ୪ ସୁଦ୍ଧା ୪୧,୦୫୪ ଭାରତୀୟ ପର୍ଯ୍ୟଟକ ମାଳଦ୍ବୀପ ଯାତ୍ରା କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୨ ସୁଦ୍ଧା ୨୭,୨୨୪ ଭାରତୀୟ ପର୍ଯ୍ୟଟକ ମାଳଦ୍ବୀପ ଯାଇଛନ୍ତି।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସମାନ ସମୟରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା‌ ୧୩,୮୩୦ କମ୍ ରହିଛି। ଏହା ଦର୍ଶାଉଛି ବିବାଦ ପରେ ମାଳଦ୍ବୀପ ପ୍ରତି ଭାରତୀୟ ପର୍ଯ୍ୟଟକଙ୍କର ମୋହଭଙ୍ଗ ହେବାରେ ଲାଗିଛି।
ଗତ ବର୍ଷ ସମାନ ସମୟରେ ମାଳଦ୍ବୀପରେ ଭାରତୀୟ ପର୍ଯ୍ୟଟକଙ୍କର ଦେଶର ପର୍ଯ୍ୟଟନ ଶିଳ୍ପରେ ୧୦ % ଯୋଗଦାନ ଥିଲା। ଏହା ସହିତ ପର୍ଯ୍ୟଟକଙ୍କ ତାଲିକାରେ ଭାରତ ଦ୍ବିତୀୟ ସ୍ଥାନରେ ଥିଲା। ଚଳିତ ବର୍ଷ ଭାରତୀୟ ପର୍ଯ୍ୟଟକ ସଂଖ୍ୟା ଦୃଷ୍ଟିରୁ ଏହି ତାଲିକାରେ ୬ ସ୍ଥାନରେ ରହିଛନ୍ତି। ଭାରତ ସହ ବିବାଦ ପରେ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ପରେ ଏବେ ପର୍ଯ୍ୟଟକଙ୍କ ସଂଖ୍ୟାକୁ ନେଇ ସ୍ଥିତି ଲଗାତାର ଖରାପ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର