ନୂଆଦିଲ୍ଲୀ :  ଶୁକ୍ରବାର ଭାରତୀୟ ସେନାର ଏକ ସର୍ଭେ ଡ୍ରୋନ୍ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲା। ଏହାକୁ ସୀମା ସେପଟେ ଗୁଳି କରି ଖସାଇ ଦିଆଯାଇଥିଲା । ଭାରତୀୟ ସେନା ଏହି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି। ଡ୍ରୋନଟି ଏକ ପ୍ରଶିକ୍ଷଣ ମିଶନରେ ଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲା ବୋଲି ଭାରତୀୟ ସେନା କହିଛି ।  

Advertisment

ଭାରତୀୟ ସେନାର ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୯ଟା ୨୫ ମିନିଟରେ ଭାରତୀୟ ସୀମା ମଧ୍ୟରେ ଥିବା ଏକ ଡ୍ରୋନ୍ ପ୍ରଶିକ୍ଷଣ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇ ପାକିସ୍ତାନର ନିକିଆଲ ସେକ୍ଟରରେ ପ୍ରବେଶ କରିଥିଲା। ଡ୍ରୋନ ପାକିସ୍ତାନ ସୀମାରେ ପ୍ରବେଶ କରିବା ପରେ ସେଠାକାର ସେନା ପକ୍ଷରୁ ତାହାକୁ ଗୁଳି କରି ଖସାଇ ଦିଆଯାଇଥିଲା । ଏହା ପରେ ପାକିସ୍ତାନୀ ସୈନିକମାନେ ଡ୍ରୋନର ଭଗ୍ନାଂଶକୁ ଜବତ କରିଥିଲେ। ଡ୍ରୋନକୁ ଫେରାଇ ଆଣିବା ପାଇଁ ପାକିସ୍ତାନୀ ସେନାକୁ ହଟଲାଇନ ବାର୍ତ୍ତା ପଠାଯାଇଛି ।

ଗତ ୨୦୨୨ ମାର୍ଚ୍ଚରେ ଭାରତର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମଧ୍ୟ ପାକିସ୍ତାନ ଆଡ଼କୁ ଉତକ୍ଷେପଣ କରାଯାଇଥିଲା। ପାକିସ୍ତାନ ଏହି ଘଟଣାକୁ ତୀବ୍ର ବିରୋଧ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଲଢ଼ୁଆ ସଂଯୋଗ ଜଙ୍କସନ ବକ୍ସ ସହ ସଂଯୋଗ ହୋଇଥିବାରୁ ହଠାତ୍ ଏହି କ୍ଷେପଣାସ୍ତ୍ରକୁ ପାକିସ୍ତାନ ଆଡ଼କୁ ଉତକ୍ଷେପଣ କରାଯାଇଥିଲା। ଏହି ମାମଲାରେ ବାୟୁସେନା ଅନେକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।