୧୭ ରାଷ୍ଟ୍ରରେ ଭାରତୀୟ ପ୍ରଜାତିର ଭୂତାଣୁ ଚିହ୍ନଟ

ଲଗାମ ନାହିଁ, ସହରରେ ବୁଲୁଛନ୍ତି ସଂକ୍ରମିତ; ସୁନ୍ଦରଗଡ଼ ପୌରାଞ୍ଚଳରେ ବଢ଼ୁଛି ସଂକ୍ରମଣ

health.harvard.edu

ଜେନେଭା: ଭାରତରେ କୋଭିଡ୍‌ ଦ୍ବିତୀୟ ଲହରର ଦୈନିକ ସଂକ୍ରମଣ ଦିନକୁ ଦିନ ରେକର୍ଡ କରି ଚାଲିଥିଲା ବେଳେ ଏହା ଚିକିତ୍ସା ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତ ପରି ୧୩୭ କୋଟି ଲୋକସଂଖ୍ୟା ବିଶିଷ୍ଟ ଜନଗହଳିପୂର୍ଣ୍ଣ ଦେଶରେ ଏକ ନୂଆ ପ୍ରଜାତିର କରୋନାଭୂତାଣୁ ଏଭଳି ସଂକ୍ରମଣର ବ୍ୟାପକତାକୁ ଅଧିକ ଭୟାବହ କରି ଚାଲିଥିବା ସେମାନଙ୍କର ଅନୁମାନ। ଭାରତରେ ଦେଖାଦେଇଥିବା ଏହି ଦ୍ବୈତ ରୂପାନ୍ତରିତ ପ୍ରଜାତିର ଭୂତାଣୁ ହିଁ ଏଭଳି ଦ୍ରୁତ ସଂକ୍ରମଣ ପାଇଁ ଦାୟୀ ବୋଲି ଜଣାଯାଇଛି।

ଏକାବେଳକେ ଦୁଇ ପ୍ରକାରର ରୂପାନ୍ତରୀକରଣକୁ ବହନ କରୁଥିବା ଏହି ପ୍ରଜାତି ଏବେ ପ୍ରମୁଖ ଚିନ୍ତାର ବିଷୟ ହୋଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ')ର ବୈଷୟିକ ମୁଖ୍ୟ ମାରିଆ ଭାନ୍‌ କେର୍କୋଭ୍‌ କହିଛନ୍ତି। ଅପରପକ୍ଷେ, ଏହି ପ୍ରଜାତି ବିଶ୍ବର ଅନ୍ୟ ୧୭ଟି ଦେଶକୁ ଡେଇଁଥିବା ଅନ୍ୟତମ ଚିନ୍ତାର ବିଷୟ ହୋଇଛି। ଭାରତୀୟ ପ୍ରଜାତିର କରୋନାଭୂତାଣୁ ବି.୧.୬୧୭ ଏବେ ୧୭ ଟି ରାଷ୍ଟ୍ରରେ ଚିହ୍ନଟ ହୋଇଛି। ଭାରତରେ ବ୍ୟାପୁଥିବା ଅନ୍ୟ ପ୍ରଜାତିର ଭୂତାଣୁ ତୁଳନାରେ ବି.୧.୬୧୭ର ସଂକ୍ରମଣ ବୃଦ୍ଧି ହାର ସବୁଠାରୁ ଅଧିକ। ମହାରାଷ୍ଟ୍ରରେ ୫୦ ପ୍ରତିଶତରୁ ଅଧିକ ନମୁନାରେ ଏହି ପ୍ରଜାତି ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe