ନୂଆଦିଲ୍ଲୀ : ଭାରତୀୟମାନଙ୍କ ହାରାହାରି ବେତନ ୨୦୨୩ରେ ୧୦.୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ‘ଇୱାଇ’ ଆକଳନ କରିଛି। ୨୦୨୨ରେ ହୋଇଥିବା ୧୦.୪ ପ୍ରତିଶତର ବୃଦ୍ଧି ତୁଳନାରେ ଏହା ସାମାନ୍ୟ କମ୍। ଇ-କମର୍ସ, ପେସାଦାର ସେବା ଓ ଆଇଟିରେ ବେତନ ଦ୍ରୁତ ଗତିରେ ବଢ଼ିବ। ୨୦୨୩ରେ ଇ-କମର୍ସରେ ହାରାହାରି ବେତନ ୧୨.୫ ପ୍ରତିଶତ, ପ୍ରଫେସନାଲ୍ ସେବାରେ ୧୧.୯ ପ୍ରତିଶତ, ଆଇଟିରେ ୧୦.୮ ପ୍ରତିଶତ, ଆର୍ଥିକ ସେବାରେ ୧୦.୩ ପ୍ରତିଶତ ଓ ଅଟୋମୋବାଇଲ୍ ମାନୁଫାକ୍ଚରିଂ କ୍ଷେତ୍ରରେ ୯.୪ ପ୍ରତିଶତ ବଢ଼ିବ।
ଇୱାଇ ପକ୍ଷରୁ କର୍ମଚାରୀଙ୍କ ଚାକିରି ବଦଳାଇବା ତଥ୍ୟ ମଧ୍ୟ ଜାରି କରାଯାଇଛି। ଆର୍ଥିକ ଅନୁଷ୍ଠାନଗୁଡ଼ିକରେ ଚାକିରି ବଦଳାଇବା ହାର ସର୍ବାଧିକ ୨୮.୩୦ ପ୍ରତିଶତ ଥିବା ବେଳେ ଇ-କମର୍ସରେ ୨୭.୭୦ ପ୍ରତିଶତ, ପ୍ରଯୁକ୍ତିରେ ୨୨.୧୦ ପ୍ରତିଶତ, ଖଣି ଓ ଧାତବରେ ୮.୨୦ ପ୍ରତିଶତ, ଆତିଥେୟତାରେ ୯.୧୦ ପ୍ରତିଶତ ଓ ଏରୋସ୍ପେସ୍ କ୍ଷେତ୍ରରେ ୧୦.୯୦ ପ୍ରତିଶତ ରହିଛି। ଏହି ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛଇ ଯେ ୨୦୨୨ରେ ୪୨ ପ୍ରତିଶତ ଲୋକ ଅଫିସ୍ ଆସି କାମ କରୁଥିବା ବେଳେ ୨୬ ପ୍ରତିଶତ ହାଇବ୍ରିଡ୍ ମଡେଲ୍ରେ ୧୭% ଘରୁ କିମ୍ବା ଅଫିସ୍ରେ ଏବଂ ୧୧ ପ୍ରତିଶତ ଅଫିସ୍ରୁ ବାହାରେ ରହି କାମ କରୁଥିଲେ।