ନୂଆଦିଲ୍ଲୀ: କାର କିମ୍ବା କୌଣସି ଗାଡି ଚଲାଇବା ସମୟରେ ସର୍ବଦା ସତର୍କତା ଅବଲମ୍ବନ କରାଯିବା ଉଚିତ୍ । ଏଥିରେ ତିଳେ ମାତ୍ର ଅସାବଧାନତା ଆପଣଙ୍କ ପାଇଁ କିମ୍ବା ଆପଣଙ୍କ ନିକଟବର୍ତ୍ତୀ ବ୍ୟକ୍ତିଙ୍କୁ ବିପଦକୁ ଟାଣି ଆଣିପାରେ। ଗାଡ଼ି ଚଲାଇବା ସମୟରେ ଅସାବଧାନତା ହେତୁ ୟୁନାଇଟେଡ୍ ଆରବ ଏମିରେଟସ୍ (ୟୁଏଇ)ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୪୫ ବର୍ଷୀୟ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2021/01/89813-300x225.jpg)
ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ପ୍ରକାଶ ଯେ, ଲିଜି (ଛଦ୍ମନାମ) ଏବଂ ତାଙ୍କ ସ୍ୱାମୀ ଶନିବାର ଦିନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କମ୍ୟୁନିଟି ହସ୍ପିଟାଲକୁ ଯାଇଥିଲେ। ଲିଜି କାରରୁ ଓହ୍ଲାଇ ସାମ୍ନାରେ ଠିଆ ହୋଇ ସ୍ୱାମୀଙ୍କୁ ପାର୍କିଂ ପାଇଁ ନିର୍ଦେଶ ଦେଉଥିଲେ। ଏତିକି ବେଳେ ଲିଜିଙ୍କ ସ୍ବାମୀ କାର ବ୍ରେକ ବଦଳରେ ଏକ୍ସଲେଟର୍ ଦବାଇ ଦେଇଥିଲେ। ଏକ୍ସଲେଟର୍ ଦବାଇବା ପରେ ସ୍ବାମୀଙ୍କ କାର ଯାଇ ପତ୍ନୀଙ୍କୁ ଜୋରରେ ଧକ୍କା ଦେଇ ଥିଲା। ପତ୍ନୀ ନିକଟସ୍ଥ କାନ୍ଥରେ ଯାଇ ପିଟି ହୋଇଯାଇଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଉଭୟ ଲିଜି ଏବଂ ତାଙ୍କ ସ୍ୱାମୀ କେରଳର ମୂଳ ବାସିନ୍ଦା ଅଟନ୍ତି ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ଅଜମାନ ପୁଲିସ ଏହି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Wife-Dies-on-Husbands-Car-Accident_Thumbnail.jpg)