ବୟସ୍କ ଓମାନୀୟ ସ୍ୱାମୀଙ୍କ ଠାରୁ ହ୍ଵାଟ୍‌ସ୍‌ଆପ୍‌ରେ ତିନ୍‌ ତଲାକ୍‌ ପାଇ ସୁଷମା ସ୍ୱରାଜଙ୍କୁ ସହାୟତା ମାଗିଲେ ଭାରତୀୟ ମହିଳା

ହାଇଦ୍ରାବାଦ: ସ୍ୱାମୀଙ୍କ ଠାରୁ ହ୍ଵାଟ୍‌ସ୍‌ଆପ୍‌ରେ ତିନ୍‌ ତଲାକ୍‌ ପାଇଛନ୍ତି ବୋଲି କୁହାଯାଉଥିବା ଜଣେ ୨୯ ବର୍ଷୀୟ ମହିଳା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହାୟତା ଚାହିଁଛନ୍ତି।

ହୁମା ସାଇରା ନାମ୍ନା ସେ ହାଇଦ୍ରାବାଦୀ ମହିଳା ମେ ୨୦୧୭ରେ ଜଣେ ୬୨ ବର୍ଷିୟ ଓମାନ୍‌ ନାଗରିକଙ୍କୁ ବାହା ହୋଇଥିଲେ। ପରେ ସେ ଦେଶରୁ ବାହାରି ଯାଇ ସ୍ୱାମୀଙ୍କ ନିକଟରେ ବାସ କରୁଥିଲେ।

ଆଠ ମାସ ମଧ୍ୟରେ ସାଇରା ଗୋଟେ ପିଲା ଜନ୍ମ କରିଥିଲେ। ରୁଗ୍‌ଣସ୍ୱାସ୍ଥ୍ୟ ଯୋଗୁଁ ଛୁଆଟି ତିନି ମାସ ତଳେ ମରି ଯାଇଥିଲା।

ସେ କହନ୍ତି: ମେ ୨୦୧୭ରେ ମୁଁ ଜଣେ ଓମାନ୍‌ ନାଗରିକଙ୍କୁ ବାହା ହୋଇଥିଲି। ମୁଁ ଓମାନ୍‌ରେ ବର୍ଷେ ରହିଛି। ୮ ମାସରେ ମୁଁ ଗୋଟିଏ ଛୁଆ ଜନ୍ମ କରିଥିଲି। ରୁଗ୍‌ଣ ସ୍ୱାସ୍ଥ୍ୟ ଯୋଗୁଁ ସେ ୩ ମାସରେ ମରିଗଲା।

ଛୁଆର ମୃତ୍ୟୁ ପରେ ସାଇରା ଚିକିତ୍ସା ନିମନ୍ତେ ହାଇଦ୍ରାବାଦ ଆସିଥିଲେ।

ସାଇରା କହନ୍ତି: ମୁଁ ଏଠାକୁ ଆସିଲାରୁ ସେ ଅଗଷ୍ଟ ୧୨, ୨୦୧୮ ମସିହାରେ ସେ ମତେ ହ୍ଵାଟ୍‌ସ୍‌ଆପ୍‌ରେ ତଲାକ୍‌ ଦେଲେ। ତା’ପରେ ସେ ମୋର କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି।

ସାଇରା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହାୟତା ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର