ଜେରୁଜେଲମ୍: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଗାଜା ଉପତ୍ୟକାରେ ଫସି ରହିଥିବା ଜଣେ ଭାରତୀୟ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଯୁଦ୍ଧଗ୍ରସ୍ତ ହମାସ ଶାସିତ ଗାଜାରୁ ତୁରନ୍ତ ଉଦ୍ଧାର କରିବାକୁ କଶ୍ମୀରୀ ମହିଳା ଅନୁରୋଧ କରିଥିଲେ। ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ, ଗାଜାରେ ଥିବା ଭାରତୀୟ ଦୂତାବାସ ସହାୟତାରେ ତାଙ୍କ ପତ୍ନୀ ସୁରକ୍ଷିତ ଭାବେ ଇଜିପ୍ଟରେ ପହଞ୍ଚିଛନ୍ତି। ଲୁବନା ନାଜିର ଶବୁ ନାମକ ଉକ୍ତ ମହିଳା ଏବଂ ତାଙ୍କ ଝିଅ କରିମା ସୋମବାର ସନ୍ଧ୍ୟାରେ ଇଜିପ୍ଟ ଏବଂ ଗାଜା ମଧ୍ୟରେ ଥିବା ରଫା ସୀମା ଅତିକ୍ରମ କରିଥିଲେ।

Advertisment

ଲୁବନାଙ୍କ ସ୍ୱାମୀ ନେଡାଲ ତୋମାନ ଗାଜାରୁ କହିଛନ୍ତି, "ସେମାନେ ଅଲ୍-ଅରିଶ (ଇଜିପ୍ଟର ଏକ ସହର)ରେ ଅଛନ୍ତି। ଆସନ୍ତାକାଲି (ମଙ୍ଗଳବାର) ସକାଳେ ସେମାନେ କାଇରୋ ଯିବେ।

ବର୍ତମାନ ଗାଜାରୁ ବାହାରିବାର ଏକମାତ୍ର ବାଟ ହେଉଛି ରାଫା ସୀମା ଦେଇ । ଗାଜା, କିଛି ବିଦେଶୀ ନାଗରିକ ଏବଂ ଆହତ ଲୋକଙ୍କୁ ଅନ୍ୟ ପାର୍ଶ୍ୱକୁ ମାନବୀୟ ସାମଗ୍ରୀ ପ୍ରବେଶ କରିବା ପାଇଁ ଗତ କିଛି ସପ୍ତାହ ମଧ୍ୟରେ ଏହି ସୀମା କୁ ବେଳେବେଳେ ଖୋଲାଯାଉଛି । ରବିବାର ଲୁବନା ନିଶ୍ଚିତ କରିଛନ୍ତି ଯେ ଗାଜା ଛାଡିପାରୁଥିବା ଲୋକଙ୍କ ମଧ୍ୟରେ ତାଙ୍କର ନାମ ରହିଛି ଏବଂ ଏହା ସମ୍ଭବ କରିଥିବାରୁ ଏହି ଅଞ୍ଚଳର ରାମାଲ୍ଲା, ତେଲ ଅଭିବ ଏବଂ କାଇରୋରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି।