ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣରେ ଭାରତୀୟ ଜାତୀୟ ପତାକା ଧରି ଯାଉଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିବାରୁ ୫ଜଣ ବ୍ୟକ୍ତି ଆହତ ହୋଇଥିବା କଥା ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇଥିବା ଭିଡିଓରୁ ଜଣାପଡ଼ିଛି।

Advertisment

‘ବିଜେପି’ ନେତା ମନ୍‌ଜିନ୍ଦର୍‌ ସିଂହ ସିର୍‌ସା ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, ଖଲିସ୍ତାନୀ ପତାକା ଧରିଥିବା ଦଳେ ଲୋକ ତ୍ରିରଙ୍ଗା ଧରି ଯାଉଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରି ୫ଜଣଙ୍କୁ ଆହତ କରିଛନ୍ତି। ଉକ୍ତ ଖଲିସ୍ତାନୀ ସମର୍ଥକମାନେ  ତ୍ରିରଙ୍ଗ ପତାକାଧାରୀଙ୍କୁ ଛଡ଼ିରେ ଆକ୍ରମଣ କରୁଛନ୍ତି।

ଏହି ଆକ୍ରମଣ ଘଟଣା ଉପରେ ଗୁରୁତ୍ବାରୋପ କରି ‘ବିଜେପି’ ନେତା ମନ୍‌ଜିନ୍ଦର୍‌ ସିଂହ ସିର୍‌ସା କହିଛନ୍ତି ଯେ, ଅସାମାଜିକ ତତ୍ତ୍ବଙ୍କୁ ନିର୍ମମ ଭାବେ ଦମନ କରାଯିବ।

publive-image Image Courtesy of Free Press Journal

ଟୁଇଟ୍‌ କରି ସେ ଲେଖିଛନ୍ତି, ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରୁଛି। ଏଭଳି କାର୍ଯ୍ୟ କରି ଦେଶର ଶାନ୍ତି ଓ ସହାବସ୍ଥାନ ନଷ୍ଟ କରୁଥିବା ଅସାମାଜିକ ତତ୍ତ୍ବମାନଙ୍କୁ ନିର୍ମମ ଭାବେ ଦମନ କରାଯିବା ଆବଶ୍ୟକ ଏବଂ ଅପରାଧୀମାନଙ୍କୁ ଗିରଫ କରାଯିବା ଉଚିତ।

ଭାରତୀୟମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭିକ୍ଟୋରିଆ ପୁଲିସ ସୂଚନା ଦେଇଛି ଯେ, ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଗଲାଣି। ଆକ୍ରମଣରେ ଆହତ ହୋଇଥିବା ୫ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆରେ ୩ଟି ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାର ମାତ୍ର କେତେ ସପ୍ତାହ ପରେ ଉପରୋକ୍ତ ଘଟଣା ଘଟିଛି। ମେଲ୍‌ବର୍ଣ୍ଣରେ ଥିବା ୩ଟିଯାକ ହିନ୍ଦୁ ମନ୍ଦିର ପ୍ରାଚୀରକୁ ଖଲିସ୍ତାନ ସମର୍ଥିତ ଓ ଭାରତ ବିରୋଧୀ ସ୍ଲୋଗାନ୍‌ କଦାକାର କରାଯାଇଥିଲା।