ମସ୍କୋ: ୟୁକ୍ରେନରେ ଫସି ରହିଥିବା ବିଦେଶୀ ନାଗରିକମାନଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଲାଗି ବିଭିନ୍ନ ଦେଶ ଉଦ୍ୟମ ଚଳାଇଛନ୍ତି। ଭାରତ ସରକାର ମଧ୍ୟ ଅପରେସନ ଗଙ୍ଗା ଆରମ୍ଭ କରି ଏବେ ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ଆରମ୍ଭ କରିଛନ୍ତି। ରୁଷ ଆକ୍ରମଣ ଜୋରଦାର କରୁଥିବାରୁ ଏବେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଶ୍ରୟସ୍ଥଳ ଭିତରେ ରହିବାକୁ କହିଛନ୍ତିି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିିନ୍ଦମ ବାଗଚି।
ସୂଚନା ମୁତାବକ, ଉତ୍ତର ପୂର୍ବ ୟୁକ୍ରେନର ସୁମି ସହରରେ ଭାରତୀୟ ଛାତ୍ରଛାତ୍ରୀମାନେ ଭିଡ଼ିଓ ସେୟାର କରି କହିଥିଲେ ଯେ. ବିପଦ ଥିବା ସତ୍ତ୍ବେ ସେମାନେ ୫୦ କିଲୋମିଟର ଦୂରରେ ଥିବା ରୁଷ ସୀମାକୁ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସେମାନଙ୍କର ଶେଷ ଭିଡିଓ। ଯଦି ସେମାନଙ୍କ ସହ କିଛି ଘଟେ ତେବେ ଭାରତ ସରକାର ଏବଂ ୟୁକ୍ରେନରେ ଥିବା ଦୂତାବାସ ଦାୟୀ ରହିବେ।
Have advised our students to take safety precautions, stay inside shelters and avoid unnecessary risks.
Ministry and our Embassies are in regular touch with the students.
— Arindam Bagchi (@MEAIndia) March 5, 2022
ତେବେ ଛାତ୍ରଛାତ୍ରୀଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ମୁଖପାତ୍ର ଅରିିନ୍ଦମ ବାଗଚି କହିିଛନ୍ତି ଯେ, ୟୁକ୍ରେନର ସୁମିରେ ଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଆମେ ଗଭୀର ଭାବରେ ଚିନ୍ତିତ। ଆମେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନିରାପଦ କରିଡର ସୃଷ୍ଟି କରିବାକୁ ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ରୁଷ ଏବଂ ୟୁକ୍ରେନ ସରକାରଙ୍କ ଉପରେ ଚାପ ପକାଇଛୁ। ଆମେ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ସାବଧାନତା ଅବଲମ୍ବନ କରିବାକୁ, ଆଶ୍ରୟସ୍ଥଳୀରେ ରହିବାକୁ ଏବଂ ଅନାବଶ୍ୟକ ବିପଦରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛୁ।