ନୂଆଦିଲ୍ଲୀ: ୟୁନାଇଟେଡ ଅଫ୍ ଆରବ ଏମିରେଟ୍ସ (ୟୁଏଇ) ପର୍ଯ୍ୟଟନରୁ ସର୍ବାଧିକ ଆୟ ସଂଗ୍ରହ କରିଥାଏ । ତେଣୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ଉକ୍ତ ଦେଶର ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିଥାଆନ୍ତି।

Advertisment

ନିକଟରେ ଦୁବାଇରେ କିଛି ନୂଆ ନିୟମ ହୋଇଛି। ଏହି ନିୟମ ଅବମାନନା କଲେ ଜରିମାନା ଦେବାକୁ ପଡ଼ିବ। ବିଶେଷ ଭାବେ ଏହି ନିୟମ ଦୁବାଇରେ ରହୁଥିବା ଭାରତୀୟଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ। ଦୁବାଇରେ ଏଣିକି ବା‌ଲକୋନିରେ ଲୁଗା ଶୁଖାଇବାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। ଏହି ନିୟମକୁ ଯିଏ ଅବମାନନା କରିବ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

publive-image

କେବଳ ଏତିକି ନୁହେଁ ବାଲକୋନିରେ ସିଗାରେଟ ଟାଣୁଥିବା ସମୟରେ ଏହାର ଖଣ୍ଡ ଯଦି ତଳେ ପଡ଼ିଯାଏ, ତେବେ ଏଥିପାଇଁ ବି ଜରିମାନା ଦେବାକୁ ପଡ଼ିବ। ଦୁବାଇ ନଗରପାଳିକା ସହରକୁ ଆବର୍ଜନାମୁକ୍ତ ରଖିବା ପାଇଁ ଏପରି ଏକ ପଦକ୍ଷେପ ନେଇଛି।

ଗତକାଲି ଏନେଇ ନଗରପାଳିକା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ବାଲକୋନିର ଅପବ୍ୟବହାର କରନ୍ତୁ ନାହିଁ, ଏହାକୁ ସବୁ ବେଳେ ସଫାସୁତୁରା ରଖନ୍ତୁ । ବାଲକୋନିରେ ଏପରି କିଛି କରନ୍ତୁ ନାହିଁ, ଯଦ୍ବାରା ବାଲକୋନି ଅପରିଷ୍କାର ଦେଖାଯିବ। ବାଲକୋନିର ଅପବ୍ୟବହାର କାରଣରୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅସୁନ୍ଦର ପରିବେଶ ସୃଷ୍ଟି ହୋଇଥାଏ।