ନୂଆଦିଲ୍ଲୀ: ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ଚନ୍ଦ୍ର ଅଭିଯାନ ଅର୍ଟିମସ୍ ପାଇଁ ୧୩ ଜଣ ମହାକାଶଚାରୀଙ୍କୁ ଚୟନ କରିଛି । ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ଥିବା ଜଣାପଡିଛି। ସେ ହେଉଛନ୍ତି ୪୨ ବର୍ଷୀୟ ରାଜା ଜନ୍ ଚାରୀ। ଦୁଇ ବର୍ଷର କଠିନ ପରିଶ୍ରମ ପରେ ୧୦ ଜାନୁଆରି ୨୦୨୦ରେ ସେମାନଙ୍କୁ ୩ଟି ମହାକାଶ ଅଭିଯାନ ପାଇଁ ସାମିଲ କରାଯାଇଛି।
ସୂଚନାନୁସାରେ, ଏହି ୧୩ ଜଣ ମହାକାଶଚାରୀ ନାସାରେ ତିନୋଟି ଅଭିଯାନ ପୂରା କରିବେ। କିଏ କେଉଁ ବିଭାଗରେ କାମ କରିବେ ସେ ନେଇ କୌଣସି ସୂଚନା ମିଳିନାହିଁ । ନାସା ପରେ ସମସ୍ତ ମହାକାଶଚାରୀ ମଙ୍ଗଳ ଅଭିଯାନରେ ଯାତ୍ରା କରିବେ । ନାସା ଯିବା ପାଇଁ ପ୍ରାୟ ୧୮,୩୦୦ ପ୍ରାର୍ଥୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୧୩ ଜଣ ପ୍ରାର୍ଥୀଙ୍କୁ ନାସା ଯିବା ପାଇଁ ଚୟନ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୧ଜଣ ଆମେରିକାରୁ ହୋଇଥିବା ବେଳେ ଜଣେ ମାତ୍ର ପ୍ରାର୍ଥୀ ଭାରତରୁ ମନୋନୀତ ହୋଇଛନ୍ତି ।
୪୨ ବର୍ଷୀୟ ରାଜା ଜନ୍ ବୁରପୁତ୍ତର୍ ଚାରୀ ଆମେରିକାରେ କର୍ଣ୍ଣଲ ରହିସାରିଛନ୍ତି । ରାଜାଙ୍କ ପାଖରେ ଆମେରିକା ବାୟୁସେନାର ଅନେକ ଲଢୁଆ ବିମାନକୁ ୨୦୦୦ରୁ ଅଧିକ ଘଣ୍ଟା ଉଡାଇବାର ଦକ୍ଷତା ରହିଛି ।
ସେ ଇରାକ, ଆଫଗାନିସ୍ତାନ ଓ କୋରିଆ ମିସନ ଗସ୍ତରେ ମଧ୍ୟ ଯାଇସାରିଛନ୍ତି । ରାଜାଙ୍କୁ ସାହସିକତା ଓ ନିଷ୍ଠା ପାଇଁ ରାଷ୍ଟ୍ରୀୟସ୍ତରରେ ୮ଟି ମେଡାଲ ମଧ୍ୟ ମିଳିସାରିଛି । ତାଙ୍କ ନିକଟରେ ଆମେରିକୀୟ ଫାଇଟର ଜେଟ ଏଫ-୩୫, ଏଫ-୧୫, ଏଫ-୧୫ଇ,ଏଫ-୧୬ ଓ ଏଫ-୧୮ ଉଡାଇବାର ଅଭିଜ୍ଞତା ରହିଛି । ସେ ଆମେରିକା ବାୟୁସେନାରେ ୧୯୯୯ ରୁ ୨୦୧୭ ଯାଏଁ କାର୍ଯ୍ୟରତ ଥିଲେ ।
Forget caps and gowns. They'll get spacesuits.
On Jan. 10, we graduate the 1st class of @NASA_Astronauts under #Artemis! Six women and seven men will become eligible for assignments to the @Space_Station, the Moon & Mars.
👨🚀 👩🚀 Get to know the new class: https://t.co/Jqh1zhhMFRpic.twitter.com/u7rzR0sNAt
— NASA (@NASA) December 26, 2019