୧୯୯୦ ମସିହାରେ ଭାରତୀୟମାନେ ଯେତେ ବର୍ଷ ବଞ୍ଚୁଥିଲେ ଏବେ ତା’ଠାରୁ ୧୧ ବର୍ଷ ଅଧିକ ବଞ୍ଚୁଛନ୍ତି

ନୂଆଦିଲ୍ଲୀ: ଆଜି ଜାତିସଙ୍ଘ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରକାଶିତ ସଦ୍ୟତମ ‘ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟ୍‌ ଇଣ୍ଡେକ୍ସ୍‍ (ଏଚ୍‌ଡିଆଇ) ତାଲିକାରେ ୧୮୯ଟି ଦେଶର ମଧ୍ୟରେ ଭାରତ ୧୩୦ ନମ୍ବର ସ୍ଥାନରେ ରହିଛି। ୨୦୧୬ରେ ଭାରତର ଏଚ୍‌ଡିଆଇ ଥିଲା ୦. ୬୨୪ ଏବଂ ତାହା ୨୦୧୭ରେ ୦.୬୪୦କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆୟ ଆଧାରରେ ଏଚ୍‌ଡିଆଇ ଗତିଶୀଳ ହୋଇଥାଏ। ଗତ ଅଳ୍ପ କେତେ ଦଶନ୍ଧି ହେବ ଭାରତ ଏଚ୍‌ଡିଆଇ ମୂଲ୍ୟରେ ଦୃଢ଼ ଉନ୍ନତି ପ୍ରଦର୍ଶନ କରିଛି। ୧୯୯୦ରୁ ୨୦୧୭ ମଧ୍ୟରେ ଏହା ୦. ୪୨୭ ରୁ ୦.୬୪୦କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଏଚ୍‌ଡିଆଇ ପ୍ରାୟ ୫୦% ବଢ଼ିଛି। ଦେଶ ନିୟୁତ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରୁଛି ବୋଲି ଏଥିରୁ ସୂଚନା ମିଳୁଛି।

୧୯୯୦ରୁ ୨୦୧୭ ମଧ୍ୟରେ ଭାରତୀୟମାନଙ୍କ ଜନ୍ମରୁ ଜୀବନ ଅବଧି ମଧ୍ୟ ପ୍ରାୟ ୧୧ ବର୍ଷ ବଢ଼ିଛି। ୧୯୯୦ରେ ଯେତେ ସ୍କୁଲ୍‌-ବୟସ ପିଲା ରହୁଥିଲେ ଏବେ ତାଠାରୁ ୪. ୭ ବର୍ଷ ଅଧିକ ରହୁଛନ୍ତି। ଦେଶର ଗ୍ରସ୍‌ ନେସ୍‌ନାଲ୍‌ ଇନ୍‌କମ୍‌ (ଜିଏନ୍‌ଆଇ) ମୁଣ୍ଡପିଛା ଆୟ ମଧ୍ୟ ୧୯୯୦ ରୁ ୨୦୧୭ ମଧ୍ୟରେ ୨୬୬୬. ୬ ପ୍ରତିଶତ ବୃଦ୍ଧି ପାଇଛି।

ଦକ୍ଷିଣ ଏସିଆ ମଧ୍ୟରେ ଭାରତର ଏଚ୍‌ଡିଆଇ ମୂଲ୍ୟ ୦. ୬୩୮ ଥିବାବେଳେ ଅଳ୍ପ ଜନସଂଖ୍ୟା ଥିବା ଦେଶ ବାଂଲାଦେଶ ଓ ପାକିସ୍ତାନ ତାଲିକାରେ ଯଥାକ୍ରମେ ୧୩୬ ଏବଂ ୧୫୦ ନମ୍ବର ସ୍ଥାନରେ ରହିଛନ୍ତି।

ସମଗ୍ର ବିଶ୍ୱରେ ତାଲିକାର ପ୍ରଥମରେ ରହିଛି ନର୍‌େଓ୍ଵ। ତା’ପଛକୁ ରହିଛନ୍ତି ସୁଇଜର୍‌ଲାଣ୍ଡ୍‌ ଏବଂ ଅଷ୍ଟ୍ରେଲିଆ। ତାଲିକାର ସବା ତଳେ ଅର୍ଥାତ୍‌ ୧୮୯ ନମ୍ବରରରେ ରହିଛି ନାଇଜେରିଆ, ଅନ୍ୟ ୩ଟି ଆଫ୍ରିକୀୟ ରାଷ୍ଟ୍ର ଏବଂ ଏସିଆର ଏକ ଦେଶ।

ସମ୍ବନ୍ଧିତ ଖବର