ବିଦେଶରୁ ଫେରିଲେ ଫସିଥିବା ଭାରତୀୟ

ମୁମ୍ବାଇ: ବିଦେଶରେ ଫସିଥିବା ଭାରତୀୟମାନେ ଦେଶକୁ ଆସିଛନ୍ତି। ବ୍ରିଟେନ୍‌ରୁ ପ୍ରଥମ ଉଦ୍ଧାରକାରୀ ବିମାନ ୩୨୬ ଜଣ ଭାରତୀୟ ନାଗରିକଙ୍କ ସହ ଆଜି ମୁମ୍ବାଇରେ ବିମାନ ଅବତରଣ କରିଛି। ସେହିଭଳି ମାଲେରୁ ଭାରତୀୟ ନୌସେନାର ଜାହାଜ ଜଳାଶ୍ବରେ ୬୯୮ ଜଣ ଭାରତୀୟ ଆଜି ଆସି କୋଚି ବନ୍ଦରରେ ଓହ୍ଲାଇଛନ୍ତି। ‘ବନ୍ଦେ ଭାରତ ମିଶନ’ ଅଧୀନରେ ଭାରତୀୟମାନେ ଉପସାଗରୀୟ ଦେଶ, ବ୍ରିଟେନ୍‌, ବାଙ୍ଗଲାଦେଶ ଓ ମାଲେସିଆରୁ ଆସି ପହଞ୍ଚିଛନ୍ତି। ‘ବନ୍ଦେ ଭାରତ ମିଶନ’ ଉଦ୍ଧାର ଅଭିଯାନ ଅଧୀନରେ ମେ ୭ ତାରିଖରୁ ୧୩ ତାରିଖ ମଧ୍ୟରେ ୬୪ଟି ବିମାନରେ ବିଦେଶରେ ଫସିଥିବା ୧୫,୦୦୦ ଭାରତୀୟଙ୍କୁ ପର୍ଯ୍ୟାୟ କ୍ରମେ ଦେଶକୁ ଫେରାଇ ଅଣାଯିବ। ଅନ୍ୟପକ୍ଷରେ ଭାରତରୁ ଔଷଧ ଓ ଚିକିତ୍ସା ସହାୟତା ଦଳଙ୍କୁ ନେଇ ନୌସେନା ଜାହାଜ ‘କେଶରୀ’ ଆଜି ମାଳଦୀପ, ମରିସସ, ସିସିଲ୍ସ, ମାଡ଼ାଗାସ୍କର ଓ କୋମୋରୋସ ଅଭିମୁଖେ ଯାତ୍ରା କରିଛି।

ସମ୍ବନ୍ଧିତ ଖବର